ଜାମ୍ବୁନାଳରେ ୫ଫୁଟ ପାଣି, କମିରା ବାହ୍ୟଜଗତରୁ ବିଚ୍ଛିନ୍ନ

ଜହ୍ନାପଙ୍କ,୧୬/୮: ବୌଦ୍ଧବ୍ଲକ ଖମାରିପଡା ରାସ୍ତାର କମିରା ଦାମୋଦରପୁର ମଝିରେ ଥିବା ଜାମ୍ବୁନାଳ ଉପରେ ଆଜି ସକାଳୁ ୫ ଫୁଟ ଉପରେ ଜଳ ପ୍ରବାହିତ ହେଉଥିବା ଯୋଗୁଁ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ ଖଣ୍ଡପଡା, କମିରା, ଖମାରିପଡା ସମେତ ବ୍ରାହ୍ମଣୀପ ।ଲି ପଂଚାୟତ ଲୋକମାନେ ଏହି ରାସ୍ତାରେ ଯିବାଆସିବାପାଇଁ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ । ପାଣି କମିବା ଆଶାରେ ବହୁ ସମୟ ଅପେକ୍ଷା କରି ପାଣି ନକମିବାରୁ ବାଧ୍ୟହୋଇ ଘରକୁ ଫେରିଥିଲେ । ସୂଚନାଯୋଗ୍ୟ ଗତକାଲି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଏହି ନାଳରେ ପାଣି ବଢିଥିଲା । ପ୍ରତିବର୍ଷ ଏହି ନାଳରେ ବନ୍ୟା ପାଣି ଯୋଗୁଁ ଗ୍ରାମବାସୀ ଅସୁବିଧାରେ ପଡନ୍ତି । ଏଥିପାଇଁ ଗ୍ରାମବାସୀ ଏହି ପୋଲକୁ ଉଚ୍ଚା କରିବା ପାଇଁ ଦୀର୍ଘ ଦିନରୁ ଦାବୀ କରି ଆସୁଥିଲେ ମଧ୍ୟ ଏହା କରାଯାଉନାହିଁ । ବର୍ଷେ ହେଲା ଜହ୍ନାପଙ୍କ ଖମାରିପଡା ରାସ୍ତାର ପୂର୍ତ୍ତ ବିଭାଗ ପକ୍ଷରୁ ଉନ୍ନତି କରଣ କାମଚାଲିଛି କିନ୍ତୁ ପୋଲ କାମ ନକରି ସଂପୃକ୍ତ ଠିକାଦାର ରାସ୍ତାକାମ ଆଗ କରୁଥିବାରୁ ଏ ଅବସ୍ତା ଆଜି ଭୋଗିବାକୁ ପଡିଛି । ଅନ୍ୟପକ୍ଷରେ ରାସ୍ତା ଶେଷହେବା ଅବଧିର ମାସେ ପୁରି ଯାଇଥିଲେ ମଧ୍ୟ ଏହାର କାମ ସମ୍ପୂର୍ଣ୍ଣ ହୋଇନାହିଁ । ତୁରନ୍ତ ଏହି ରାସ୍ତା ସମ୍ପୁର୍ଣ୍ଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।

Comments (0)
Add Comment