ମାରୁତି ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର: ୪୫ ୟୁନିଟ ରକ୍ତ ସଂଗ୍ରହ

ଜହ୍ନ ।ପଙ୍କ,୧୦/୯:- ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଜହ୍ନ ।ପଙ୍କ ପରିସରରେ ମାରୁତି ଯୁବକ ସଂଘ ଆନକୂଲ୍ୟରେ ଓ ପତଞ୍ଜଳି ଯୁବା ଭାରତ, ସଚେତନ ଯୁବ ସମାଜ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟଅତିଥି ଭାବେ ୬ ନଂ ଜିଲ୍ଲା ପରିଷଦ ସଭ୍ୟ । କଳ୍ପନା ରାଣୀ ସାହୁ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ୫ ନଂ ଜିଲ୍ଲା ପରିଷଦ ସଭ୍ୟ । ଉର୍ମିଳା ଝାଙ୍କର, ପୂର୍ବତନ ମୁଣ୍ଡାପଡ଼ା ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ବୌଦ୍ଧ ବ୍ଲକ ସରପଞ୍ଚ ସଂଘ ସଭାପତି ଅରୁଣ କୁମାର ବାଘ, ସମିତିସଭ୍ୟ ସୁମନ୍ତ ସାହୁ, ଖୁଣ୍ଟବନ୍ଧ ସରପଞ୍ଚ ଟୁନି ମହାନନ୍ଦିଆ, ପୂର୍ବତନ ସରପଞ୍ଚ ଯୋଗେଶ୍ୱର ମହ ।କୁଳ, ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ, ପୂର୍ବତନ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନୋରଞ୍ଜନ ପୁରୋହିତ, ତେଲିବନ୍ଧ ପଞ୍ଚାୟତ ସେବା ସମବାୟ ସମିତିର ସଭାପତି ତ୍ରିପୁର ମହାକୁଡ ଯୋଗ ଦେଇ ଶିବିରକୁ ଉଦଘାଟନ କରି ରକ୍ତଦାତ ।ଙ୍କୁ ଉତ୍ସ ।ହିତ କରିଥିଲେ । ଏହି ଶିବିରରେ ସମୁଦ ।ୟ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶିବିରକୁ ଜହ୍ନ । ପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁଶ୍ରୀ ପ୍ରିୟଙ୍କା ପ୍ରିୟଦର୍ଶୀ ସାହୁ, ଲେବୋରୋଟରି ଟେକ୍ନିସିଆନ୍‌ ଦେବଦତ୍ତ କିଶ ।ନ, ନର୍ସ ସବିତା କୁଜୁର, ନର୍ସିଂ ଅଫିସର ଇପ୍ସିତ କୁମାର ପଟ୍ଟନାଏକ ପରିଚାଳନା କରିଥିଲେ । ଏହି ଶିବିରରେ ମାରୁତି ଯୁବକ ସଂଘର ସଭାପତି ସୁଧାଂଶୁ ଶେଖର ମିଶ୍ର, ସମ୍ପାଦକ ଜଗଦୀଶ ବାରିକ, କୋଷାଧ୍ୟକ୍ଷ ଦେବ ନାରାୟଣ ପ୍ରଧାନ, ଗ୍ରାମ୍ୟ ବିକାଶ ପରିଷଦର ସଭାପତି ସ୍ୱାଧୀନ କୁମାର ପ୍ରଧାନ, ସଚେତନ ଯୁବ ସମାଜର ସଭାପତି ପ୍ରଫୁଲ୍ଲ କୁମାର ଜେନା, ସ୍ୱେଚ୍ଛାସେବୀ ରାହୁଲ ଚୌଧୁରୀ, ରାମ ମେହେର, ଗଜେନ୍ଦ୍ର ପ୍ରଧାନ, ପ୍ରକାଶ ବାରିକ, ବିଭୀଷଣ ପ୍ରଧାନ,ଦଶରଥ ପ୍ରଧାନ, ଆଲୋକ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment