ପ୍ରକାଶ ପାଇଲା ଜେଇଇମେନ୍ ଆଡଭାନ୍ସ ପରୀକ୍ଷା ଫଳ

ଭୁବନେଶ୍ୱର: ଦେଶରେ ଥିବା ଆଇଆଇଟି, ଏନଆଇଟି ସମେତ ପ୍ରମୁଖ ଇଂଜିନିୟରିଂ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଅନୁଷ୍ଠିତ ଜେଇଇ ଆଡ଼ଭାନ୍ସଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷା ପାଇଁ ଚଳିତ ବର୍ଷ ଦେଶରେ ସମୁଦାୟ ୧ ଲକ୍ଷ ୫୧ ହଜାର ୧୯୩ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୧ ହଜାର ୬୯୯ ଜଣ ପରୀକ୍ଷା ଦେଇଥିଲେ ଏବଂ ୪୧ ହଜାର ୮୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଆଇଆଇଟି ଦିଲ୍ଲୀ ଜୋନର ମ୍ରିଦୁଲ ଅଗ୍ରୱାଲ ୩୬୦ ନମ୍ବରରୁ ୩୪୮ ନମ୍ବର ରଖି ସର୍ବଭାରତୀୟ ଟପର ହୋଇଛନ୍ତି । ସେହି ଜୋନର କାବ୍ୟା ଚୋପ୍ରା ୨୮୬ ନମ୍ବର ରଖି ଛାତ୍ରୀଙ୍କ ମଧ୍ୟରେ ଟପର ହୋଇଛନ୍ତି । ଜେଇଇ ମେନରେ ଓଡ଼ିଶା ଟପର ହୋଇଥିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ଗୌତମ ଦାସ ଜେଇଇ ଆଡ଼ଭାନ୍ସଡରେ ବି ବାଜି ମାରିଛନ୍ତି । ସର୍ବଭାରତୀୟସ୍ତରରେ ୧୧୫ତମ ସ୍ଥାନରେ ରହିବା ସହ ଓଡ଼ିଶା ଟପର ହୋଇଛନ୍ତି । ମୋଟ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାରୁ ପ୍ରାୟ ୬୦୦ ଜଣ ରହିଥିବା ଜଣାପଡ଼ିଛି । ଶ୍ରେଷ୍ଠ ହଜାରେ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୨୨ଜଣ ରହିଛନ୍ତି ।

Comments (0)
Add Comment