ଗ୍ରୀନ୍‌ରୁ ଅରେଞ୍ଜ ଜୋନ ହେବା ପରେ କ’ଣ କହୁଛନ୍ତି ବଲାଙ୍ଗୀର ଜିଲ୍ଲାପାଳ, ଦେଖନ୍ତୁ ଭିଡିଓ

ରିପୋର୍ଟ ଆଣିଛି ଖୁସି- ବହୁ ଦିନ ଗ୍ରୀନ୍ ଜୋନ୍ ରେ ଥିବା ବଲାଙ୍ଗୀର 1ତାରିଖ ଦିନ ତୁଷୁରା ନିକଟ ଲିଖିରିଆ ଗ୍ରାମରେ ତାମିଲନାଡୁ ଫେରନ୍ତା 2ଯୁବକ କୋଭିଡ 19 ଭୁତାଣୁ ସଂକ୍ରମଣ ଜଣାଗଲା I 21ଟି ଗାଁକୁ ସଟ୍ ଡାଉନ୍ କରାଯାଇ ସେମାନଙ୍କ ପରିବାର ସମେତ ମିଳାମିଶା କରିଥିବା ଲୋକଙ୍କୁ ଠାବ କରି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଗଲା I ଇତିମଧ୍ୟରେ 6ତାରିଖ ମଧ୍ୟ ରାତି ଯାଏ କଟକଣା ବଢାଯାଇଛି କିନ୍ତୁ ନିକଟ ସଂପର୍କୀୟଙ୍କ ସହ 86 ଜଣଙ୍କ ରିପୋର୍ଟ ନିଗେଟିଭ ଆଛି I ଯଦିଓ ଆଉ କିଛି ରିପୋର୍ଟ ଆସିବାକୁ ଅଛି ତଥାପି ଖୁସିର ବିଷୟ I ସେହିପରି କୋଚିରୁ ଫେରିଥିବା 50ଜଣ ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା କରାଯାଇ ସେଲଫ୍ Quarantine ପାଇଁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି, ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ରେଳ ଯୋଗେ ଆସିଥିବା ଓଡିଆ ପ୍ରବାସୀଙ୍କ ମଧ୍ୟରେ ମୁରିବାହାଲ,ଟିଟିଲାଗଡ, ବଙ୍ଗୋମୁଣ୍ଡା ଅଂଚଳର 8ଜଣ ସଂଧ୍ୟା ସୁଦ୍ଧା ନିଜ ନିଜ ପଂଚାୟତରେ ପହଞ୍ଚିବେ I orange ହେବା ପରେ ଦୋକାନ ବଜାର ଖୋଲା ସମ୍ବନ୍ଧୀୟ ନିର୍ଦେଶନାମା ସ୍ଥିତି ତର୍ଜମା ପରେ ସଂଧ୍ୟା ସୁଦ୍ଧା ପ୍ରକାଶ କରାଯିବ ବୋଲି ଜିଲ୍ଲାପାଳ ଅରବିନ୍ଦ ଡାକୁଆ କହିଛନ୍ତି I

Comments (0)
Add Comment