କେନାଲ ପୋଲ ତଳକୁ ଖସି ଗୋରୁ ମୃତ

ବୌଦ୍ଧ – ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତର ନାଏକପଡା ଗ୍ରାମ ଗୁମ୍ଫା ନିକଟରେ ଥିବା ଜଳ ସେଚନ ବିଭାଗର କେନାଲ ପୋଲ ତଳକୁ ଖସି ଗୋଟିଏ ଗୋରୁର ମ୍ରୁତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁସାରେ ଆନ୍ତଃରାଜ୍ୟ ଗୋରୁ ବେପାରୀ ମାନେ ଏ ରାସ୍ତା ଦେଇ ଗୋରୁ ଚାଲାଣ କରିଥାଆନ୍ତି l ଗତ ରାତି ପ୍ରାୟ 12 ଘଣ୍ଟା ସମୟରେ ଏ ରାସ୍ତାରେ ଚଲାଇ ନେଉଥିବା ବେଳେ ପାରପିଟ୍ ନଥିବା ଜଳ ସେଚନ ବିଭାଗର କେନାଲ ପୋଲ ତଳକୁ ଅନ୍ଧାରରେ ଗୋଟିଏ ଗୋରୁ ଖସି ପଡିଥିଲା l ତାହାକୁ କେହି ଉଦ୍ଧାର ନକରି ଚାଲିଯିବା ଫଳରେ ଗୋରୁଟି ରାତିସାରା ଛଟପଟ ହୋଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି l ବୌଦ୍ଧ ଜିଲ୍ଲାର ବିଭିନ୍ନ ରାସ୍ତା ଦେଇ ରାତି ଅନ୍ଧାରରେ ବିପଦ ସଂକୁଳ ଅବସ୍ଥାରେ ପ୍ରତିଦିନ ଶହ ଶହ ଗୋରୁ ଚାଲାଣ ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏ ଭଳି ଅଘଟଣ ଘଟୁଥିବା ଜନସାଧାରଣରେ ଆଲୋଚନା ହେଉଛି l

Comments (0)
Add Comment