କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି।ଫଳରେ ପ୍ରଶାସନ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ଆଜି କନ୍ଧମାଳ ରେ ପୁଣି ୧୨୧କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୧୪୭୦ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୮୬୯ ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି।ଜିଲ୍ଲା ରେ ୭ ଜଣଙ୍କ କରୋନା ରେ ମୃତ୍ୟୁ ଘଟିଛି।ଅନ୍ୟାନ୍ୟ କୋଭିଡ଼ ହସ୍ପିଟାଲରେ ଆଉ ୫୯୪ ଜଣ ଚିକିତ୍ସିତ ହେଉଛନ୍ତି।ତେବେ ଆଜି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୧୨୧ ମଧ୍ୟରୁ ୭୯ଜଣ ପୁରୁଷ ହୋଇଥିବା ବେଳେ ୪୨ଜଣ ମହିଳା ।ସେମାନଙ୍କ ମଧ୍ୟରୁ ଫୁଲବାଣୀର ୦୭ ଜଣ ହୋଇଥିବା ବେଳେ ଜି. ଉଦୟଗିରି ର ୨୦ଜଣ, ଦାରିଙ୍ଗବାଡିର ୨୪ ଜଣ,ଚକାପାଦ ର ୫ଜଣ କ ନୂଆ ଗାଁର ୧୪ଜଣ, ତୁମୁଡିବନ୍ଧ ର ୨୧ଜଣ,ଟିକାବାଲି ର୮ଜଣ, କୋଟଗଡ ର୦୬ଜଣ, ରାଇକିଆ ର୨ ଇଜଣ, ଖଜୁରିପଡା ର ୨ଜଣ ଓ ବାଲିଗୁଡା ର ୧୨ଜଣ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି।ତେବେ ଜିଲ୍ଲାର କେତେକ ସଂକ୍ରମିତ ଅଞ୍ଚଳକୁ ବାଦ ଦେଲେ ସମଗ୍ର ଜିଲ୍ଲାକୁ ଜିଲାପାଳଙ୍କ ନିର୍ଦେଶ ରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ସପ୍ତାହର ପ୍ରତ୍ୟେକ ଶନିବାର ରବିବାର ସଟଡାଉନ ଘୋଷଣା କରିଛନ୍ତି।ସେଥିପାଇଁ ଜିଲ୍ଲାବାସୀଙ୍କୁ ଅତ୍ୟନ୍ତ ଆବଶ୍ୟକ ସ୍ଥଳେ ଘରୁ ବାହାରିବାକୁ କୁହାଯାଇଛି।ଘରୁ ବାହାରିବା ସମୟରେ ମାସ୍କ ପିନ୍ଧିବା ଜରୁରୀ ସହିତ ସାମାଜିକ ଦୂରତା ବଜାୟ ରଖି ଯାତାୟତ କରିବା ସମୟରେ,ବଜାର ସଉଦା କିଣିବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ।