ଫୁଲବାଣୀ,୫/୭ – ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ମହାନଦୀ କୋଲଡ ଫିଲଡ଼ (ଏମସିଏଲ) ସହଯୋଗର ହାତ ବଢାଇଛି । ଆଜି ଏନେଇ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ କନ୍ଧମାଳ ଜିଲ୍ଲାପାଳ ଡା.ବୁନ୍ଦା ଡି ଆଇଏଏସଙ୍କ ସହ ଏମସିଏଲର ଜେନେରାଲ ମ୍ୟାନେଜର(ସି ଏସ ଆର)ପି.କେ ଚକ୍ରବର୍ତ୍ତୀଙ୍କ ସହ ଏମଓୟୁ ସ୍ୱାକ୍ଷର ହୋଇଛି । ଆରୋହଣ ଯୋଜନାରେ କନ୍ଧମାଳ ଜିଲ୍ଲାରେ ୧୯ଟି ସରକାରୀ ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ମୋଟ ୪,୦୪ କୋଟି ଟଙ୍କା ଅର୍ଥ ଅନୁଦାନ ଯୋଗାଇଦେବ । ଏଥିରେ ଏହି ୧୯ଟି ସ୍କୁଲକୁ ଉନ୍ନତମାନର ଟେବୁଲ ଚେୟାର,ଏଲଇଡି ଲାଇଟ,ଆଦି ଆବଶ୍ୟକ ସରଞ୍ଜାମ ଯୋଗାଇଦିଆଯିବ । ଏଥିସହ ଆବଶ୍ୟକତା ଅନୁଯାୟୀ ଟଏଲେଟସ, ଅତିରିକ୍ତ ଶ୍ରେଣୀଗୃହ, ଡାଇନିଙ୍ଗ ହଲ ଆଦି ନିର୍ମାଣ କରାଯିବ ବୋଲି ଜଣାପଡିଛି । ଫଳରେ ପାଠପଢିବା ଲାଗି ଉନ୍ନତ ଓ ଆକର୍ଷଣୀୟ ପରିବେଶ ସୃଷ୍ଟି ହେବାସହ ଭିତ୍ତିଭୂମିର ବିକାଶ ହୋଇପାରିବ ବୋଲି ଜିଲ । ପାଳ କହିଛନ୍ତି । ଯଦ୍ୱାରା ସରକାରୀ ସ୍କୁଲରେ ପାଠ ପଢିବା ଲାଗି ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢିବ । ଏସବୁ କାର୍ଯ୍ୟ ଆଗାମୀ ୨ ବର୍ଷ ମଧ୍ୟରେ ସମାପ୍ତ ହେବ ।