ସ୍ୱର୍ଗତ ବିପ୍ରଚରଣ ପଟ୍ଟନାୟଜଙ୍କ ସ୍ମୃତିରେ ସ୍ମୃତିସଭା

ଫୁଲବାଣୀ: ବିଶିଷ୍ଟ ଶିକ୍ଷାବିତ, ସୁସାହିତ୍ୟିକ, ଛାତ୍ରବତ୍ସଳ ଗୁରୁ ତଥା ସମାଜସେବୀ ସ୍ୱର୍ଗତ ବିପ୍ର ଚରଣ ପଟ୍ଟନାୟକଙ୍କ ସ୍ମରଣରେ ସ୍ଥାନୀୟ ବନାନୀ କଳା ସଙ୍ଗମଠାରେ କରୋନା କଟକଣା ନିୟମ ଅନୁସାରେ ଏକ ସ୍ମୃତି ସଭା ବରିଷ୍ଠ ନାଗରିକ ସଙ୍ଘ, ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ମିଳିତ ନାଗରିକ କମିଟି, ପ୍ରେସ କ୍ଲବ, ଆଇନଜୀବୀ ସଙ୍ଘ ଲେଖକ ସାମ୍ମୁଖ୍ୟ, ସମ୍ବାଦ ସାହିତ୍ୟ ଘର ଓ ରୋଟାରୀ କ୍ଲବଙ୍କ ମିଳିତ ଅନୁକୁଲ୍ୟରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ସମ୍ବାଦ ସାହିତ୍ୟ ଘରର ସଭାପତି ମାନନୀୟ ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଯୁବନେତା ବ୍ରଜ କିଶୋର ପଟ୍ଟନାୟଜ, ଆଇନଜୀବୀ ଭଗବାନ ମହାନ୍ତି, ଜିଲ୍ଲା ଲେଖକ ସାମ୍ମୁଖ୍ୟ ସମ୍ପାଦକ ବନବିହାରୀ ନନ୍ଦ, ସାମ୍ବାଦିକ ସନ୍ତୋଷ କୁମାର ଦିଗଲ, ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର, ସ୍ୱାତି ଅନୁଷ୍ଠାନର ସମ୍ପାଦକ ହରିଶଙ୍କର ରାଉତ, ରୋଟାରୀଆନ ପ୍ରସନ୍ନ କୁମାର ପଣ୍ଡା, ମିଳିତ ନାଗରିକ କମିଟିର ସଭାପତି ଡ଼ଃ ଅରୁପ ଜେନା, ସମ୍ବାଦ ସାହିତ୍ୟ ଘରର ସଂଯୋଜକ ଡ଼ଃ ରଞ୍ଜନ ପ୍ରଧାନ, ପ୍ରେସ କ୍ଲବର ସଭାପତି ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକ, ଆଇନୀଜୀବୀ ସଂଘର ସମ୍ପାଦକ ଅଜିତ ପଟ୍ଟନାୟକ ଅବସରପ୍ରାପ୍ତ କର୍ମଚାରୀ ସଂଘର ଶ୍ରୀ ସେଠି ପ୍ରମୁଖ ସ୍ୱର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ମୃତି ଚରଣ କରିଥିଲେ । ବକ୍ତାମାନେ ତାଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ସେ ଜଣେ ମିଷ୍ଠଭାସୀ ପରୋପକାରୀ,ମାନବବାଦୀ ବ୍ୟକ୍ତି ଥିଲେ ।
ମିଳିତ ନାଗରିକ କମିଟିର ଆବାହକ ଅଶୋକ କୁମାର ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶେଷରେ ଫୁଲବାଣୀ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ଧନ୍ୟବାଦ ଅର୍ପଣ କରଥିଲେ । ବିଭିନ୍ନ ଅନୁଷ୍ଠାନରେ ଜଡିତ ଜଣାଶୁଣା ସଂଗଠକ ପ୍ରସନ୍ନ କୁମାର ପଣ୍ଡା ସଭା ଆୟୋଜନରେ ସକ୍ରିୟ ଭୂମିକା ତୁଲାଇ ଥିଲେ । ବିପ୍ର ପଟ୍ଟନାୟକ ପ୍ରେମୀ ବହୁ ଶିକ୍ଷାବିତ, ବୁଦ୍ଧିଜୀବୀ, ଛାତ୍ର ସାହିତ୍ୟିକ ଓ ପ୍ରଶଂସକ ଏଥିରେ ଉପସ୍ଥିତ ଥିଲେ ।

Comments (0)
Add Comment