ରଣନୀତି ଆରମ୍ଭ କଲେ କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସୁନୀଲ ସେଠୀଙ୍କ ନେତୃତ୍ୱରେ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବିଜୁ ଛାତ୍ର ଜନତା ଦଳ କନ୍ଧମାଳର ପର୍ଯ୍ୟବେକ୍ଷକ ମିକୁ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ଏହି ବୈଠକକୁ ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ଗଣେଶ ସେନାପତି, ଡିଜିଟାଲ ସଂପାଦକ ବିଦ୍ୟାଧର ପ୍ରଧାନ ପରିଚାଳନା କରିଥିଲେ ।

ଏହି ବୈଠକରେ ୧୨ଟି ବ୍ଲକର ଛାତ୍ର ସଭାପତି, ସୋସିଆଲ ମିଡିଆ ସଂଯୋଜକ ଏବଂ ଡିଜିଟାଲ ସେକ୍‌ରେଟାରୀ ମାନେ ଉପସ୍ଥିତ ରହିବା ସହ ଜିଲ୍ଲା କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକର ମୁଖ୍ୟ ଉଦେଶ୍ୟ ହେଲା ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ଭାବରେ ବିଜୁ ଜନତା ଦଳ ବିଜୟ ହାସଲ କରିବ ଏବଂ ଏହି ବିଜୟରେ ବିଜୁ ଛାତ୍ର ଜନତା ଦଳ ପ୍ରମୁଖ ଭୂମିକା ଗ୍ରହଣ କରିବେ ସେହି ବିଷୟରେ ଆଲୋଚନା ହୋଇଥିଲା । ଏବଂ ପରି ଶେଷରେ ବିଜୁ ବାବୁଙ୍କ ଆତ୍ମ ଜୀବନ ପୁସ୍ତକ ଦି ଟଲ ମେନ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା ।

Comments (0)
Add Comment