କନ୍ନଡ ଅଭିନେତ୍ରୀ ନନ୍ଦିନୀ ସିଏମ୍‌ଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କନ୍ନଡ ଏବଂ ତାମିଲ ଅଭିନେତ୍ରୀ ନନ୍ଦିନୀ ସିଏମ୍ (୨୬) ଙ୍କର ମୃତ୍ୟୁ ଘଟିଛି। ସୋମବାର ସକାଳେ ବେଙ୍ଗାଲୁରୁର କେଙ୍ଗେରିର ମାଇଲାସାଣ୍ଡ୍ରାରେ ତାଙ୍କ ପେଇଂ ଗେଷ୍ଟ ଘରୁ ତାଙ୍କ ମୃତଦେହ ହୋଇଛି। ସେ ଆତ୍ମହତ୍ୟା କରିଥିବା ପୁଲିସ୍‌ ସନ୍ଦେହ କରୁଛି। ଘଟଣାଟି ଡିସେମ୍ବର ୨୯ ତାରିଖ ଭୋର ସମୟରେ ଘଟିଥିବା ଅନୁମାନ କରାଯାଉଛି। ସକାଳ ପ୍ରାୟ ୯.୧୫ ସମୟରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ନନ୍ଦିନୀ ରବିବାର ରାତିରେ ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ । ବିଳମ୍ବିତ ରାତିରେ ରୁମ୍‌ କୁ ଫେରିଥିଲେ। ରାତିରେ ଅନ୍ୟ କଳାକାରମାନେ ତାଙ୍କ ଫୋନ୍ କରିବାରୁ ସେ ଉଠାଇନଥିଲେ। ବାଧ୍ୟ ହୋଇ କର୍ମଚାରୀ ମାନେ ଘର କବାଟ ଭାଙ୍ଗିଥିଲେ। ଏବଂ ସେଠାରେ ନନ୍ଦିନୀଙ୍କର ମୃତ୍ୟୁ ଘଟିଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରୁ ପୁଲିସ୍‌ ଏକ ଡାଏରୀ ଠାବ କରିଛି ।

Comments (0)
Add Comment