ମାଫିଆଙ୍କ ନଜରରେ ଶୁଖିଲା ବନ୍ଧ ଜମି, ପୁନଃରୁଦ୍ଧାର ଦାବିକଲେ ପଡାବାସି

କଣ୍ଟାବାଞ୍ଜି,୧/୬- ୧୯୭୬ ମସିହା ସେଟଲମେଣ୍ଟରେ ବନ୍ଧ ନାଁରେ ଚିହିଁତ ହୋଇଥିବା ବାଲକିଶନ ବନ୍ଧ ଯାହା ଖତିଆନ ୩୯ ପ୍ଲଟ ନଂ ୩୩୦, ୩୩୧, ୩୩୨ରେ ବାଲକିଶନ ବନ୍ଧ ନାଁରେ ଉଲ୍ଲେଖ ରହିଛି । ଦୈନନ୍ଦିନ ବ୍ୟବହାରରେ ଆସୁଥୁବା ଏହି ବନ୍ଧଟି ବର୍ତ୍ତମାନ ଉଚିତ ରକ୍ଷଣାବେକ୍ଷଣା ଅଭାବରୁ ଶୁଖିଯାଇଛି । ମୂଳତଃ ୨, ୩, ୪, ୫ ୱାର୍ଡର ୫୦୦ରୁ ଉର୍ଦ୍ଧ୍ୱ ପରିବାର ଏହି ବନ୍ଧ ଉପରେ ନିର୍ଭର କରନ୍ତି । ଏହା ବ୍ୟତୀତ ବିଭିନ୍ନ ବିବାହ ବୈଦିକ କାର୍ଯ୍ୟରେ ଏହି ବନ୍ଧକୁ ବ୍ୟବହାର କରାଯାଏ । ମାନନୀୟ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଜଳଉତ୍ସ କିସମ ପରିବର୍ତନ ଓ ବିକ୍ରୟ ନ ହୋଇଥିବା ନିୟମ ରହିଛି କିନ୍ତୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ହୋଇଥିବା ବନ୍ଧ କିସମ ପରିବର୍ତନ ଓ ହସ୍ତାନ୍ତରଣ ପ୍ରକ୍ରିୟା ସନ୍ଦେହ ସୃଷ୍ଟି କରୁଛି । ବନ୍ଧ ଶୁଖିଯାଇଥିବାରୁ କିଛି ଅସାଧୁ ବ୍ୟକ୍ତି ନଜର ରଖିଥିବା କଥା ଦାବିପତ୍ରରେ ଲେଖାଯାଇଛି । ଜଳ ସମସ୍ୟା ସମ୍ମୁଖୀନ ପଡାବାସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଂଜନ ଧଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଲିଖିତ ମାଧ୍ୟମରେ ବନ୍ଧ ପୁନଃରୁଦ୍ଧାର ପାଇଁ ଦାବି କରିଛନ୍ତି । ଏଥିସହିତ ନଗରପାଳ ବରିଆମ ସିଂ ସାଲୁଜା ଓ ବିଧ୍ୟାୟକ ସନ୍ତୋଷ ସିଂ ସାଲୁଜାକୁ ମଧ୍ୟ ଲିଖିତ ଅନୁରୋଧ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ସମୟରେ ଟିକନା ମହାନ୍ତି, ସୁଶାନ୍ତ ମହାନ୍ତି, ଅଭିଶେଖ ମହାନ୍ତି, ଆଲୋକ ମହାନ୍ତି, ସୁଶାନ୍ତ ମହାନ୍ତି, ଅରିଫ ସିଦ୍ଧକି, ଖୁସବୁ ସିଦ୍ଧକି ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment