କଣ୍ଟାବାଞ୍ଜି,୧/୮- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଉଚ୍ଚ ପ୍ରାଥମିକ
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଭୀମସେନ ପଣ୍ଡା ଗତକାଲି ଅବସର ଗ୍ରହଣ କଲେ । ଶ୍ରୀ ପଣ୍ଡା ତୁରେକେଲା ବ୍ଳକ ଅନ୍ତର୍ଗତ କନ୍ଦାଗାଡ,ମହୁଲପାଟି, ସର୍ଗୁଲ ବିଦ୍ୟାଳୟରେ ଶିକ୍ଷକତା କରିବା ସହିତ ଖୁଟୁଲୁମୁଣ୍ଡା ବିଦ୍ୟାଳୟରେ ଦୀର୍ଘ କୋଡିଏ ବର୍ଷ ଧରି ବହୁ ମୂଲ୍ୟ ସମୟ ଦେଇଛନ୍ତି । ଜଣେ ଛାତ୍ରବତ୍ସଳ,ମେଳାପୀ ଶିକ୍ଷକ ରୂପେ ସେ ପରିଚିତ । ଏହି ଅବସରରେ ମହୁଲବାହିଲି କ୍ଳଷ୍ଟର ତରଫରୁ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ତୁରେକେଲା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଅବସର ସମ୍ବନ୍ଧିତ କାଗଜପତ୍ର ହସ୍ତାନ୍ତର କରିବା ସହିତ ଭବିଷ୍ୟତ ଜୀବନ ଆନନ୍ଦରେ କଟିବାପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ତାପରେ ଖୁଟୁଲୁମୁଣ୍ଡା ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ପ୍ରାଥମିକ ଶିକ୍ଷକ ସଂଘ ( ନୂତନ ପେନସନ ଯୋଜନା)ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଦାଶ,ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ କୈଳାଶ ସଗ୍ରିଆ, ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ, ଶିକ୍ଷକ ଆଦିତ୍ୟ କିଷାନ, ସଭ୍ୟା କୌଶଲ୍ୟା ସଗ୍ରିଆ, ବୈଦେହୀ ବନ୍ଛୋର,ଅହଲ୍ୟା ଥପା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କୁ ଉପଢୌକନ, ପ୍ରଶସ୍ତିପତ୍ର ଦେଇ ସମ୍ମାନିତ କରିଥିଲେ । ଏହି ସଭାରେ ସିଆରସିସି ଶୋଭାବନ ନାଏକ, ମାୟାଧର ସଗ୍ରିଆ, ସଞ୍ଜୟ ବେହେରା, ଗୁରୁପ୍ରସାଦ ଛତ୍ରିଆଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ଥିଲେ ।