କଣ୍ଟାବାଞ୍ଜି,୧/୮- କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀ ଓ ସୁପରଭାଇଜରଙ୍କୁୁ ଏନଏସି କାର୍ଯ୍ୟାଳୟରେ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ମାରୱାଡି ଯୁବା ମଞ୍ଚ ଓ ପ୍ରଗତି ଶାଖା ଆନୁକୂଲ୍ୟରେ ଏହି ଛତା ବଣ୍ଟନ କରାଯାଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତି ସେମି ରେଡି ଜୟଶ୍ରୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ବ୍ରଜେଶ ମିତଲ ସଭା ପରିଚାଳନା କରୁଥିବାବେଳେ ପ୍ରଗତି ଶାଖାର ବରିଷ୍ଠ ସଦସ୍ୟ ଶ୍ରୀମତୀ ମମତା ଜୈନ କରୋନା କାଳରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ଓ ଭୂମିକାକୁ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ସହର ସଫେଇ ବ୍ୟବସ୍ଥା ଉପରେ ନୂତନ ଯୋଜନା ବାବଦରେ ଉପସ୍ଥିତ ସଫେଇ କର୍ମଚାରୀଙ୍କୁ ବୁଝାଇବା ସହ କାର୍ଯ୍ୟକ୍ରମ ଆୟୋଜକ କମିଟିକୁ ଧନ୍ୟବାଦ ଦେଇଥିଲେ । ୮୯ ଜଣ କର୍ମଚାରୀଙ୍କୁ ଛତା ବଣ୍ଟନ ସହ କରୋନା ଯୋଦ୍ଧାର ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନଏସି ନୋଡଲ ଅଫିସର ଚନ୍ଦ୍ରଶେଖର ଭୋଇ , ଶାଖା ପକ୍ଷରୁ ସଦସ୍ୟ ମଧ୍ୟରେ ରାହୁଲ ସୋନି , ପୁଷ୍ପକାନ୍ତ ଗୋୟଲ , ବିନୟ ଶର୍ମା , ବିମଲ ଜୈନ ଏବଂ ପ୍ରଗତି ଶାଖାର ସଭାପତି ଶ୍ରୀମତୀ ଚାନ୍ଦନୀ ଅଗ୍ରୱାଲ , ସମ୍ପାଦିକା ପୂଜା ଅଗ୍ରୱାଲ , ବରିଷ୍ଠ ସଦସ୍ୟ ଶଶିକଳା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।