କଣ୍ଟାବାଞ୍ଜି,୨୧/୭- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚାଷୀଙ୍କ ବକେୟା ଟଙ୍କା ସହ ଏଫସିଆଇର ଧାନ ଉଠାଣରେ ଅନିମିୟତତା ବିରୁଦ୍ଧରେ କଣ୍ଟାବାଞ୍ଜି ବିଜୁ ଜନତା ଦଳ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ଗଣଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ସଭାରେ କେନ୍ଦ୍ର ସରକାରଙ୍କ ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବକୁ କେନ୍ଦ୍ରକରି ମାରଣନୀତି ରୂପେ ପରିଭାଷିତ କରାଯାଇଥିଲା, ରାଜ୍ୟ ଜନସଂଖ୍ୟାର ୭୫ ଭାଗ ଚାଷୀ ରହିଥିବାବେଳେ କେନ୍ଦ୍ର ସରକାର ନୀତି ଓ ଏଫସି ଆଇ ଅଅବହେଳାରୁ ରାଜ୍ୟରେ ଅଧିକାଂଶ ଲୋକେ ଚାଷ ନକରି ଅନ୍ୟ ରାଜ୍ୟ ମୁହାଁ ହେଉଛନ୍ତି ଯାହା ରାଜ୍ୟର ମେରୁଦଣ୍ଡକୁ ଶିଥିଳ ମଧ୍ୟ କରିଛି । କିନ୍ତୁ ଚାଷୀ ଭାଇ ମାନଙ୍କ ପାଇଁ ଆଗେଇ ରହି ହିତପାଇଁ କାର୍ଯ୍ୟ କରିଥିବାରୁ ରାଜ୍ୟ ସରକାରଙ୍କୁ ଚାଷୀଙ୍କ ସାଥି ରୂପେ ସମ୍ବୋଧନ କରିଛନ୍ତି ବିଜୁ ଜନତା ଦଳ ପୂର୍ବତନ
ବିଧ୍ୟାୟକ ଆୟୁବ ଖାଁ । ଏହି ଗଣଧାରଣାରେ ପୂର୍ବତନ ବିଧାୟକ ଆୟୁବ ଖାଁ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାଶ,, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଗୋପାନନ୍ଦ ମହାନନ୍ଦ, ଜିଲା ସାଧାରଣ ସମ୍ପାଦକ ଫିରୋଜ ଖାଁ, ତୁରିକେଲା ବ୍ଲକ ସଭାପତି ଆଶାଦୁଲ୍ଲା ଖାଁ, ଦେବାର ବାରିକ ଅମୁଲ୍ୟ ନାଗ, ଦେବରାଜ ୟାଦବ ସହ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ । ଏହି ଗଣଧାରଣା ମାଧ୍ୟମରେ ବିଭିନ୍ନ ଦାବିକୁ ଲକ୍ଷ୍ୟକରି ମାନନୀୟ ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।