କଣ୍ଟାବାଞ୍ଜି,୨୭/୯ – କଣ୍ଟାବାଞ୍ଜି ଏନଏସି ସଭାଗୃହରେ ଗଣମାଧ୍ୟମ ପ୍ରତିନିଧି ଏବଂ କର୍ମଚାରୀଙ୍କ ସହ କୋଭିଡ ୧୯ ବିଷୟରେ ଅନୁଷ୍ଠିତ ଜନସମ୍ପର୍କ ଶିବିରରେ ଯୋଗ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା । ଏହି ଶିବିରରେ ଉପସ୍ଥିତ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି କରୋନା ମହାମାରୀରୁ ନିଜକୁ ରକ୍ଷା କରିବା ସଙ୍ଗେସଙ୍ଗେ ଅନ୍ୟମାନଙ୍କୁ ସଚେତନତା ପ୍ରଦାନ କରିବା ହିଁ ଗୋଟିଏ ମାର୍ଗ ଯାହାଦ୍ୱାରା କି ଆମ୍ଭେ ସହର ଓ ସମାଜକୁ ସୁରକ୍ଷିତ ରଖିପାରିବା ବୋଲି କହିଛନ୍ତି । ମୁଖ୍ୟତଃ ସାନି ଟାଇଜ଼ର , ମାସ୍କ, ଓ ସାମାଜିକ ଦୂରତା ପରି ନିୟମକୁ ଅବଲମ୍ବନ କଲେହିଁ ଏଭଳି ପରିସ୍ଥିତିରୁ ମୁକ୍ତ ହେବା ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ବିଭିନ୍ନ ୱାର୍ଡ଼କୁ ଯାଇ କୋଭିଡ ପୋଜିଟିଭଙ୍କ ସହ ସାକ୍ଷାତକରି ବ୍ୟକ୍ତିଗତ ସମସ୍ୟାର ସୁଫଳ ପାଇଁ ଆଶ୍ୱାସନା ଦେଇଛନ୍ତି । ସଚେତନତାକୁ ମହତ୍ୱ ଦେଇ କମିଟି ଜରିଆରେ ଲୋକ ମାନଙ୍କୁ ସତର୍କ ଓ ସଚେତନ ପାଇଁ ଅନୁରୋଧ କରିଛନ୍ତି ।
ଏହା ପୂର୍ବରୁ ଜିଲ୍ଲାପାଳ ଡାକ୍ତରଖାନା ପରିଦର୍ଶନକରି ସମସ୍ୟାଗୁଡିକୁ ଅନୁଧ୍ୟାନକରି ରୋଗୀମାନଙ୍କର ସମସ୍ୟା ବିଷୟ ରେ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ ।