ମମିତା ହତ୍ୟାକାଣ୍ଡ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ଜିଲ୍ଲା ବିଜେପିର ବନ୍ଦ ଡାକରା

କଣ୍ଟାବାଞ୍ଜି,୨୧/୧୦- ଚଳିତମାସ ୮ ତାରିଖଦିନ ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲ ଅଧ୍ୟାକ୍ଷା ମମିତା ମେହେର (୨୫) ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧା ହାତ ରହିଥିବାରୁ ସି ବି ଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ଆଜି ଜିଲ୍ଲା ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ମମିତା ପରିବାର ପକ୍ଷରୁ ନିଖୋଜ ଏଫଆଇଆରକୁ କେଗାଓଁ ଥାନାରେ ଗ୍ରହଣ ନ କରିବା ଓ ସିଦ୍ଧିକେଲା ଥାନାରେ ଏଫଆଇଆର ହେଲା ତିନିଦିନ ପରେ ଗିରଫ ହେବା ଓ ୪ ଦିନ ପରେ ନାଟକୀୟ ଢଙ୍ଗରେ ଫେରାର ହେବା ସବୁକଥାକୁ ଅନୁଧ୍ୟାନ କଲେ ଜଣାପଡୁଛି କି ଗୋବିନ୍ଦ ସାହୁ ପଛେ ନିଶ୍ଚୟ ଭାବେ ରାଜ୍ୟ ସରକାରର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହାତ ରହିଛି । ଘରୋଇ ଅନୁଷ୍ଠାନରେ ସରକାରୀ ସହାୟତା କାହିଁକି ଦିଆଯାଉଥିଲା ଏହିପରି ଘଟଣାକୁ ଅନୁଧ୍ୟାନକଲେ ମନ୍ତ୍ରୀଙ୍କ ସିଧା ହାତ ରହିଛି ଓ ପୋଲିସ ବିଭାଗର ଏଭଳି କାର୍ଯ୍ୟକୁ ନିନ୍ଦନୀୟ ବୋଲି କହିଛନ୍ତି । ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ୧୨ ଘଣ୍ଟିଆ ବନ୍ଦ ଡାକରା ପ୍ରଭାବ ସହର ସହ ବଙ୍ଗୋମୁଣ୍ଡା, ତୁରିକେଲାରେ ମଧ୍ୟ ଦେଖାଯାଇଥିଲା । ସମସ୍ତ ଦୋକାନ, ବଜ଼ାର, ବାହନ ଚଳାଚଳ, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଆବଶ୍ୟକୀୟ ସେବାକୁ ବନ୍ଦରୁ ବାଦ ରଖାଯାଇଥିଲା । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଲକ୍ଷ୍ମଣ ବାଗ, ନଗର ସଭାପତି ବେଦବ୍ୟାସ ନାଗ, ବିଦେଶୀ ବେହେରା, ଅଜୟ ଶର୍ମା ସହ ଅନେକ କର୍ମୀ ସମ୍ମିଳିତ ଥିଲେ । ସହରରେ ଶାନ୍ତି ଶୃଖଳା ନିମନ୍ତେ ରାସ୍ତା, ଛକ ରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

Comments (0)
Add Comment