କଣ୍ଟାବାଞ୍ଜି,୧୯/୧୨- ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଅଜଣା ବୃଦ୍ଧାଙ୍କ ଶନିବାର ମୃତ୍ୟୁ ଘଟିଥିଲା । ତାଙ୍କର ପରିଚିତ କିମ୍ବା ଦାବିଦାର କେହି ନଆସିବାରୁ କଣ୍ଟାବାଞ୍ଜି ପୋଲିସ ସମ୍ମାନ ପୂର୍ବକ ଶବସତ୍କାର କରିଛି । ହିନ୍ଦୁ ନୀତି ଅନୁସାରେ ଶବକୁ କାନ୍ଧରେ ନେଇ ସ୍ଥାନୀୟ ମୁକ୍ତିଧାମରେ ଶେଷକୃତ୍ୟ ସଂପନ୍ନ କରିଛି । ଏହି କର୍ତ୍ତବ୍ୟ ବହନ ସମୟରେ ଗୋଟିଏ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ଲେଖାହୋଇଥିଲା ଯାହାର କେହିନାହିଁ ତା ପାଇଁ ପୋଲିସ ଅଛି । ବିଭାଗ ଦ୍ୱାରା ଏହିଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏସଡିପିଓ ହୃଷିକେଶ ମେହେର, ଆଇ ଆଇ ସି ସତ୍ୟଜିତ କାଣ୍ଡଲେକରଙ୍କ ସହ ପୋଲିସ ଟିମ ଶବଯାତ୍ରାରେ ସାମିଲ ହୋଇଥିଲେ ।