ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ‘ଶୀତ ସୃଜନୀରେ ଗଳ୍ପ କଥନ’ କାର୍ଯ୍ୟକ୍ରମ

କଣ୍ଟାମାଳ,୨୧/୧୨:- ଶିଶୁମନରେ ସୃଜନାତ୍ମକ ମନୋଭାବ ସୃଷ୍ଟିକରିବା ପାଇଁ ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶୀତ ସୃଜନୀରେ ଶିଶୁଙ୍କ ଗଳ୍ପ ଉପରେ ଆଲୋଚନାଚକ୍ର ଓ ଗଳ୍ପକଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବରିଷ୍ଠ ସାହିତ୍ୟିକ ହରିହର ପ୍ରଧାନ ଯୋଗଦେଇ ଜୀବନଟା ଏକ ଗଳ୍ପ ଆମ ଚାରିପାଖରେ ଗଳ୍ପ ସବୁ ରହିଛି । ଗଳ୍ପର ବର୍ଣ୍ଣନା ଶୈଳୀ ଉପରେ ଆଲୋଚନା ରଖିଥିବା ବେଳେ ପ୍ରଧାନ ଶିକ୍ଷକ ଗଣେଶ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ ରଂଜୁ ଅମାତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ସୁରେନ୍ଦ୍ର କମ୍ପ, ଲିଙ୍ଗରାଜ କହଁର, ବନିତା ମେହେର, ବୈଶାଖୁ ବସ୍ତିଆ ପ୍ରମୁଖ ମଞ୍ଚାସିନ ଥିବାବେଳେ ଛାତ୍ରୀ ସ୍ନେହାରଣୀ ପ୍ରଧାନ, ସ୍ମରଣୀକା ପାଢ଼ୀ, ଟୁନା ପ୍ରଧାନ, ପ୍ରିନ୍ସ ଦେହୁରୀ ପ୍ରମୁଖ ଗଳ୍ପ କଥନରେ ଅଂଶଗ୍ରହଣ କରିଥିବାବେଳେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ମନରେ ଖୁବ ସୃଜନାତ୍ମକ ଭାବ ସୃଷ୍ଟି କରିପାରିବ ବୋଲି ଶିକ୍ଷକ ସମୀର କୁମାର ପ୍ରଧାନ ଧନ୍ୟବାଦ ଦେଇ କହିଥିଲେ ।

Comments (0)
Add Comment