ପଲସାଗୋରା ଟ୍ରାକ୍ଟର ମାଲିକ ସଂଘ ବୈଠକ, ନୂତନ କର୍ମକର୍ତ୍ତା ଚୟନ: ଶିତିକଣ୍ଠ ସଭାପତି ଓ ଜୀତେନ୍ଦ୍ରୀୟ ସଂପାଦକ ଘୋଷିତ

କଣ୍ଟାମାଳ,୨୩/୭- ବୌଦ୍ଧଜିଲ୍ଲା ପଲସାଗୋରାଠାରେ ପଲସାଗୋରା ଓ ଏହାରି ଆଖପାଖ ଅଞ୍ଚଳରେ ଥିବା ଟ୍ରାକ୍ଟର ମାଲିକମାନଙ୍କୁ ନେଇ ଏକ ବୈଠକ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଶୀଲ କୁମାର ପ୍ରହରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଟ୍ରାକ୍ଟର ମାଲିକମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବାସହ ସମସ୍ତ ମାଲିକଙ୍କୁ ଏକ ଦୃମ ତଳେ ଏକତ୍ରିତ କରି ପରସ୍ପରର ସୁଖ ଦୁଃଖରେ ଭାଗୀଦାରି କରିବା ପାଇଁ ମତ ପ୍ରକାଶ ପାଇଥିଲା । ଟ୍ରାକ୍ଟରରେ ପରିବହନ ହେଉଥିବା ସାମଗ୍ରୀ ଏବଂ କୃଷି କ୍ଷେତ୍ରରେ ବିନିଯୋଗ ହେଉଥିବା ଟ୍ରାକ୍ଟରର ଦର ଧାର୍ଯ୍ୟରେ ସମାନତା ଆଣିବା ସହ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇବା ନେଇ ମତ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଟ୍ରାକ୍ଟର ମାଲିକ ମାନଙ୍କ ମଧ୍ୟରେ ଏକତା ଆଣିବା ପାଇଁ ଏକ ସଂଘ ଗଠନ କରିବା ପ୍ରସ୍ତାବ ବୈଠକରେ ପାରିତ ହୋଇ ସଂଘର ସଭାପତି ଶିତିକଣ୍ଠ ମିଶ୍ର, ଉପ ସଭାପତି ଶିଶିର କୁମାର ଖଟୁଆ,ସଂପାଦକ ଜିତେନ୍ଦ୍ରୀୟ ପୁଟେଲ, ସହ ସଂପାଦକ ସଞ୍ଜିବ କୁମାର ସାହୁ, କୋଷାଧ୍ୟକ୍ଷ ସୁଶୀଲ କୁମାର ପ୍ରହରାଜଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ସେହିପରି ସଂଘର କାର୍ଯ୍ୟକାରୀ ସଦସ୍ୟଭାବେ ସଦାଶିବ ପାଢୀ, ଅଶ୍ୱିନୀ ବିଶ୍ୱାଳ, ସେବକ ପ୍ରଧାନ, ଅଜିତ ପ୍ରଧାନ, ସୁଶୀଳ ପ୍ରଧାନ, ପଞ୍ଚାନନ ସାହୁ, ବୁଦ୍ଧଦେବ ରଣା, ସତ୍ୟ ନାରାୟଣ ଖଟୁଆ, ସତ୍ୟ ନାରାୟଣ ଷଡଙ୍ଗୀ ଓ ନରେଶ ଦଳବେରୋଙ୍କୁ ମନୋନୀତ କରାଯାଇଥିଲା ।

Comments (0)
Add Comment