ଆଜାଦି କି ଅମୃତ ମହୋତ୍ସବ ଆଦର୍ଶ ସପ୍ତାହ ପାଳନ ଅବସରରେ ଶିଶୁସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କଣ୍ଟାମାଳ/ପଲସାଗୋରା,୧୩/୪- ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ କଂଟାମାଳ ବ୍ଲକ ଅର୍ନ୍ତଗତ
ପଲସାଗୋରା ପଂଚାୟତ କାଯ୍ୟାଳୟଠାରେ ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଶିଶୁ ସୁରକ୍ଷା ଓ
ଲିଙ୍ଗଗତ ଭେଦଭାବ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା ୟୁନିଟ୍‌
ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା
ସଭାପତିତ୍ୱ କରିଥିଲେ । ଆଜାଦି କି ଅମୃତ ମହୋତ୍ସବ ଆଦର୍ଶ ସପ୍ତାହ ପାଳନ ଅବସରରେ ଜିଲ୍ଲା ପ୍ରଶାସନ
ପଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଏବଂ ପଂଚାୟତକୁ ଶିଶୁ
କେନ୍ଦ୍ରିକ କରିବାପାଇଁ ପଦକ୍ଷେପ ନେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧକ୍ଷ ଶ୍ରୀ ଶଙ୍କର୍ଷଣ ପ୍ରଧାନ ଯୋଗଦେଇ ଶିଶୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ତଥା ଗ୍ରାମ ସ୍ତରରେ ଓ ପଂଚାୟତ ସ୍ତରରେ ଥିବା ସମସ୍ତ କମିଟି ଗୁଡିକୁ ଅଧିକ ସକ୍ରିୟ କରିବାକୁ ମତପ୍ରକାଶ କରିଥିଲେ ଓ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାକୁ ସମସ୍ତ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରଶିକ୍ଷକ ଭାବରେ ୱା.ସି.ଡି.ଏ ର ସଂଯୋଜକ ଶ୍ରୀ ଅରୁଣ ପ୍ରଧାନ ଯୋଗଦେଇ ଶିଶୁ ଅଧିକାର ଓ ଲିଙ୍ଗଗତ ଭଦଭାବ ଉପରେ ବିସ୍କୃତ ଆଲୋଚନା କରିଥିଲେ । ଅନ୍ୟତମ ପ୍ରଶିକ୍ଷକ ଭାବରେ ଜିଲ୍ଲା ସଂଯୋଜିକା ଏକ୍ସନ.ଏଡ୍‌ ପ୍ରବିଜ୍ଞା ଦାସ ଯୋଗଦେଇ ବାଲ୍ୟବିବାହ ଅଧିନିୟମ ୨୦୦୬ ଓ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରିବାର ସୁଚକାଙ୍କ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି , ସ୍ଥାନୀୟ ସରପଂଚ ସୌଦାମିନି ମଲ୍ଲିିକ,ସମିତି ସଭ୍ୟ ଖମନମୁଣ୍ଡା ସସ୍ମିତା ବାଘ, ନାଏବ ସରପଂଚ ପଦ୍ମନାଭ ସାହୁ, ଡି.ଆଇ ପି.ଆର.ଓ ରୀତାକାନ୍ତି ବଳିଆରସିଂ, ସି.ଡି.ପି.ଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀଣୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ପାଢୀ
ଯୋଗଦେଇ ଶିଶୁ ସୁରକ୍ଷା ତଥା ଶିଶୁ କେନ୍ଦ୍ରିକ ପଂଚାୟତ ଗଠନ ଦିଗରେ ନିଜ ନିଜର ମତ ପ୍ରକାଶ
କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରାହୁଳ ପ୍ରଧାନ କାର୍ଯ୍ୟକ୍ରମର
ଉଦ୍ଦେଶ୍ୟ ଏବଂ ଶିଶୁ ସୁରକ୍ଷା ଯୋଜନା, ଆର୍ଶୀବାଦ ଯୋଜନା ଉପରେ ବୁଝାଇଥିଲେ ।
ଏହି ଅବସରରେ ପଲସାଗୋରା ପଂଚାୟତ ରେ ଚିହ୍ନଟ ହୋଇଥିବା ଉଭୟ ପିତାମାତା ତଥା ପରିବାରର
ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ଥିବା ୯ ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ପରିଚୟପତ୍ର
ଅତିଥି ମାନଙ୍କ ଦ୍ୱାରା ଶିଶୁ ମାନଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପଂଚାୟତର ସମସ୍ତ ଅଙ୍ଗନବାଡି
କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଦଳର ସଦସ୍ୟା ଓ ଶିଶୁ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment