ଦୁଇ ସାଙ୍ଗ କଳି: ସାଙ୍ଗର ଗୋଇଠାରେ ଭାଙ୍ଗିଲା ମେରୁଦଣ୍ଡ

କଣ୍ଟାମାଳ,୧୬/୭- ଦୁଇ ସାଙ୍ଗ ରଞ୍ଜିତ ସେଠୀ (୨୫ ବର୍ଷ) ଓ ନାଗାର୍ଜ୍ଜୁନ ପ୍ରଧାନ (୨୬) ଏକୋଶିଆ ଭୋଜିକୁ ନେଇ ଦୁଇ ସାଙ୍ଗ ମଧ୍ୟରେ କଥା କଟାକଟି ଶେଷକୁ ହାତାହାତି ହେବାର କୁପରିଣତି ଭୋଗିବାକୁ ପଡିଛି ଜଣକୁ । ସାଙ୍ଗ ଗୋଡର ପ୍ରଚଣ୍ଡ ଆଘାତରେ ଭାଙ୍ଗିଗଲା ସାଙ୍ଗର ମେରୁଦଣ୍ଡ । ଗତ ଜୁଲାଇ ୩ ତାରିଖରେ ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଲଏଡା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଯେଉଁଠି ଗ୍ରାମର ରଞ୍ଜିତ ସେଠୀ ଓ ନାଗାର୍ଜ୍ଜୁନ ପ୍ରଧାନ ଦୁଇ ସାଙ୍ଗ ନାଗାର୍ଜୁନର ପୁଅର ଏକୋଶିଆ ଭୋଜିକୁ ନେଇ କଥା କଟାକଟି ହୋଇ ହାତାହାତି ହୋଇ ପଡିଥିଲେ । ପରବର୍ତ୍ତୀ ସମୟରେ ରଞ୍ଜିତ ଅତର୍କୀତଭାବେ ନିଜ ଗୋଡରେ ନାଗାର୍ଜ୍ଜୁନକୁ ଶକ୍ତ ଆଘାତ ଦେଇଥିଲା ଯଦ୍ୱାରା ନାଗାର୍ଜ୍ଜୁନ ନିଜ ମେରୁଦଣ୍ଡରେ ଗଭୀର ଆଘାତ ପାଇ ଘଟଣାସ୍ଥଳରେ ହିଁ ପଡି ଆଉ ଉଠି ପାରିନଥିଲା । ନାଗାର୍ଜ୍ଜୁନକୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ସୋନପୁର, ବୁର୍ଲା ଓ ଶେଷରେ କଟକ ବଡ ଡାକ୍ତରଖାନା ନେଇ ଚିକିତ୍ସା କରିଥିଲେ ହେଁ ନାଗାର୍ଜୁନର ମେରୁଦଣ୍ଡରେ ଗଭୀର ଆଘାତ ହୋଇଥିବା ହେତୁ ତାରି ଚାରିଗୋଡ, ହାତ ପକ୍ଷଘାତର ଶିକାର ହୋଇ ବର୍ତ୍ତମାନ ମୃତ୍ୟୁ ସହିତ ସଂଗ୍ରାମ କରୁଥବା ପରିବାର ସୁତ୍ରରୁ ଜଣାଯାଇଛି । ଫଳପ୍ରଦ ଚିକିତ୍ସା ପାଇଁ ଓଡିଶା ବାହାରେ ଚିକିତ୍ସା କରିବାକୁ ଡାକ୍ତର କୁଆଡେ କହୁଥିଲେ ହେଁ ପରିବାର ଆର୍ଥିକ ପରିସ୍ଥିତି ଆଦୌ ସ୍ୱଚ୍ଛଳ ନଥିବା ହେତୁ ବର୍ତ୍ତମାନ ନାଗାର୍ଜ୍ଜୁନ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାଯାଇଛି । ସଙ୍ଗ ଦୋଷରୁ ଏଭଳି ଅଭାବନୀୟ ଘଟଣାକୁ ନେଇ ଉଭୟ ପକ୍ଷରୁ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା କୁହାଯାଉଥିବା ବେଳେ ମାଡ ମାରିଥିବା ରଞ୍ଜିତ ଭୟରେ କୁଆଡେ ଫେରାର ମାରିଥିବା ଜଣାଯାଇଛି ।

Comments (0)
Add Comment