କଣ୍ଟାମାଳ ବିଜେଡି ପକ୍ଷରୁ ରକ୍ତଦାନ ଶିବିର, ୩୦ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ: କଣ୍ଟମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ମହୀଧର ରଣାଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଥିଲା । କୁଲୁତାଯୋର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟପର୍ଣ୍ଣା କଲ୍ୟାଣମଣ୍ଡପ ପରିସରରେ ଆୟୋଜିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ରଣା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀ ୟ ସରପଞ୍ଚ, କଣ୍ଟାମାଳ ବିଡିଓ, ବିଜୁଜନତା ଦଳ ସଂପାଦକ ପ୍ରଶାନ୍ତ ରଣା, ସାଂସଦ ପ୍ରତିନିଧି ଶାନ୍ତନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । କରୋନା ଭଳି ମହାମାରୀ ବ୍ୟାପିଥିବା ବେଳେ ସାଧାରଣ ରୋଗୀଙ୍କ ପାଇଁ ସମସ୍ତ ରକ୍ତଭଣ୍ଡାରରେ ରକ୍ତର ଅଭାବ ହେଉଥିବାବେଳେ ରକ୍ତଦାନ କରି ରକ୍ତର ଅଭାବକୁ ପୂରଣ କରିବାପାଇଁ ଯୁବ ସମାଜ ଆଗେଇ ଆସିବା ସକାଶେ ବିଧାୟକ ଶ୍ରୀ ରଣା ଆହ୍ୱାନ ଦେଇଥିଲେ । ଏହି ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ଶିବିର ପରିଚାଳନାରେ କଣ୍ଟାମାଳ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ସହାୟତା କରିଥିଲେ ।

Comments (0)
Add Comment