କଣ୍ଟାମାଳରେ ଆଜାଦୀ କୀ ଅମୃତ ମହୋତ୍ସବ ପାଳିତ

କଣ୍ଟାମାଳ : କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶିମିଳିପଦର ଗ୍ରାମ ପଞ୍ଚୟତ ସ୍ଥିତ ଲୋକପଡାଠାରେ ଗ୍ରାମ ପଂଚାୟତସ୍ତରୀୟ ଆଶା, ଅଙ୍ଗନବାଡି ଓ ପାଚିକାଙ୍କ ଏକ ବୈଠକ ଅଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆଇକନିକ ସପ୍ତାହ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା,ସମ୍ମାନିତ ଅତିଥି ଭାବେ ଡି. ଆଇ. ପି. ଆର. ଓ ବୌଦ୍ଧ ରିତାକାନ୍ତି ବଳିୟାର ସିଂହ, ସି. ଡି. ପି. ଓ, ବୌଦ୍ଧ ଜ୍ୟୋତ୍ସାରାଣୀ ପାଢ଼ୀ, ସ୍ୱାସ୍ଥ୍ୟ କର୍ମୀ ସୁଜାତା ମେହେର ଯୋଗ ଦେଇ ସୁସ୍ଥ ଓ ନିରାମୟ ଗ୍ରାମ ପଞ୍ଚାୟତ ଉପରେ ଆଶା ଓ ଅଙ୍ଗନୱାଡିଙ୍କ ଭୂମିକା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପି.ଇ.ଓ ନନ୍ଦ କିଶୋର ପଲିଆ, ସୁପରଭାଇଜର ରଂଜିତା ସେଠୀ, ଶିମିଳିପଦର ଗ୍ରାମର ସମସ୍ତ ଆଶା, ଅଙ୍ଗନବାଡି କର୍ମୀ, ୱାର୍ଡ ମେମ୍ବର, ପାଚିକା, ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ଜନ ସାଧାରଣ ଯୋଗ ଦେଇ ସହଯୋଗ କରିଥିଲେ । ଏହି ଅବସରରେ ମାଷ୍ଟର ଟ୍ରେନର, ଡି. ଡବ୍ଲୁ. ଏସ. ଏମ. ରଞ୍ଜନ କୁମାର ପାତ୍ର କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ସରପଞ୍ଚ, ଶିମିଳିପଦର ସାର୍ଦ୍ଦୁଲ ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଏକ ସୁସ୍ଥ ଓ ନିରାମୟ ଗ୍ରାମ ପଂଚାୟତ ଗଠନରେ ସମସ୍ତ ଆଶା, ଅଙ୍ଗନବାଡି, ପାଚିକା ର ସହଯୋଗ କାମନା କରିବାସହ ସେମାନଙ୍କୁ ପ୍ରଶଂସା ପତ୍ର ବଣ୍ଟନ କରିଥିଲେ । ସଭା ଶେଷରେ ଜି.ଆର.ଏସ. ମହେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment