ସମ୍ବଲପୁର:କରୋନା ସ°କଟକାଳ ପରି ଦୁରୁହାବସ୍ଥାରେ ଏଠାକାର ସବୁଠାରୁ ବଡ଼ ଚିକିତ୍ସାନୁଷ୍ଠାନ ଭିମସାରର ଅଚଳାବସ୍ଥା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ଚିନ୍ତାର କାରଣ ହୋଇଛି । କରୋନା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବା ସମୟରେ ସେଠାରେ କିଛି ଚିକିତ୍ସକ ନିଜେ ସ°କ୍ରମିତ ହେବା ସହିତ ଉକ୍ତ ବିଭାଗ ଗୁଡ଼ିକରେ ସ°କ୍ରମଣ ଆଶଙ୍କା ଦୃଷ୍ଟିରୁ ସେଗୁଡିକ ବନ୍ଦ ରଖାଯାଇଛି । ଏଗୁଡିକ ମଧ୍ୟରେ ସେଣ୍ଟ୍ରାଲ ଆଇସିୟୁ, ନେଫ୍ରୋଲଜୀ ଓ କର୍କଟ ରୋଗ ବିଭାଗ ଅନ୍ୟତମ । ସବୁଠାରୁ ଚିନ୍ତା ର ବିଷୟ ହେଲା ଯେ ସେଠାରେ ଏପର୍ଯ୍ୟନ୍ତ ୨୬ଜଣ କରୋନା ଯୋଦ୍ଧା ଏପରି ସ°କ୍ରମଣର ଶିକାର ହେବା ସହିତ ଜଣେ ଡାକ୍ତରଙ୍କ ପରିବାର ର ଚାରିଜଣ ସଦସ୍ଯ ମଧ୍ୟ ସ°କ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ଏହା ବ୍ୟତୀତ ଅନେକ ଡାକ୍ତର, ସେବିକା ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ସ°ଗରୋଧ ରେ ରଖାଯାଇଛି । ଏଥିପାଇଁ ଭିମସାରରେ ବର୍ତ୍ତମାନ ପ୍ରାୟ ଅଚଳାବସ୍ଥା ଲାଗି ରହିଛି ଓ ଏହାକୁ ଦୂର କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି । କର୍ତ୍ତୃପକ୍ଷ ଙ୍କ ଠାରୁ ନିର୍ଦ୍ଦେଶ ସତ୍ତ୍ୱେ ଅନେକ ବିଭାଗ ଖୋଲିବା ପାଇଁ ବିସଙ୍ଗତି ଦେଖାଦେଉଛି । ବିଭାଗ ରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଅଭାବ ସହିତ ସେଗୁଡିକ ଏପର୍ଯ୍ୟନ୍ତ ବିଶୋଧିତ ହୋଇ ପାରିନାହିଁ । ଅନ୍ଯ ଏକ ଉଦାହରଣ ଅନୁସାରେ ସେଣ୍ଟ୍ରାଲ ଆଇସିୟୁ ରେ କିଛି ଦିନ ପୂର୍ବେ ୫ଜଣ ରୋଗୀ ଭର୍ତ୍ତି ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଗଲାପରେ ବର୍ତ୍ତମାନ ସେଠାରେ ଜଣେ ମାତ୍ର ରୋଗୀ ରହିଛି । କିନ୍ତୁ ସେଠାକୁ ସେ ଡିସ୍ଚାର୍ଜ ହେଲାପରେ ସମ୍ପୂର୍ଣ୍ଣ ବିଭାଗ୍ ବିଶୋଧନ ହେବା ସବୁଠାରୁ ଜରୁରୀ, ଯାହାକି ସମୟସାଧ୍ଯ । ସେହିପରି ନେଫ୍ରୋଲଜୀ ବିଭାଗ ର ପ୍ରାୟ ସବୁ ଡାକ୍ତର ଓ ନର୍ସ ଆଦି ବର୍ତ୍ତମାନ ସ°ଗରୋଧରେ ଅଛନ୍ତି । ଏହି ବିଭାଗ ମଧ୍ୟ ବିଶୋଧିତ ହେଲାପରେ ଖୋଲା ଯାଇ ପାରିବ । ଏଠାରେ ନିଯୁକ୍ତ ନର୍ସ ମାନଙ୍କୁ ଡାଏଲିସିସର ବିଶେଷ ପ୍ରଶିକ୍ଷଣ ଦରକାର, ଅନ୍ୟଥା ସେମାନଙ୍କୁ ନେଇ ବିଭାଗ କାର୍ଯ୍ୟକ୍ଷମ ହୋଇ ପାରିବ ନାହିଁ । ଏହିପରି ବିଭିନ୍ନ ଅସୁବିଧା ଯୋଗୁଁ ଭିମସାରରେ ଅଚଳାବସ୍ଥା ଲାଗି ରହିଛି ।