ଅଷ୍ଟ୍ରେଲିଆରେ ସମ୍ବର୍ଦ୍ଧିତ ହେଲେ କେନ୍ଦ୍ରାପଡ଼ାର ପୁଅ

କେନ୍ଦ୍ରାପଡା : କେନ୍ଦ୍ରାପଡାର ପୁଅ ଅଷ୍ଟ୍ରେଲିଆରେ ସମ୍ମାନିତ I ସମ୍ମାନିତ ଏଇଥିପାଁଇ ସେ ଭାରତ ଓ ଅଷ୍ଟ୍ରେଲିଆ ଦେଶର ସମ୍ପର୍କ ସୁଦୃଢ଼ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି I ସେ ହେଉଛନ୍ତି ଓଡ଼ିଶାର କେନ୍ଦ୍ରାପଡ଼ା ମାଟିର ପୁଅ କମଳାକାନ୍ତ I କମଳାକାନ୍ତଙ୍କ ପାଈଁ ଗର୍ବିତ ତାଙ୍କ ପରିବାର ଓ ଗ୍ରାମବାସି I ଅଷ୍ଟ୍ରେଲିଆ ଓ ଭାରତର ସମ୍ପର୍କ ସୃଦୃଢ଼ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କେନ୍ଦ୍ରାପଡ଼ା ଜିଲ୍ଳାର ଗରଦପୁର ବ୍ଲକ ଅଧୀନ ବ୍ରହ୍ମପୁର ଗ୍ରାମର ପ୍ରଫେସର କମଳାକାନ୍ତ ଦାଶଙ୍କୁ ମେଲବର୍ଣ୍ଣ ସ୍ଥିତ ଭିକ୍ଟୋରିଆ ରାଜ୍ଯ ସଂସଦରେ ସମ୍ମାନିତ କରାଯାଇଛି I ସେ ଅନାମ ଚରଣ ଦାଶ ଓ ମନୋରମା ଦାଶଙ୍କ ଜ୍ୟେଷ୍ଠ ପୁତ୍ର I ପ୍ରଫେସର ଦାଶ ଭାରତ ଓ ଅଷ୍ଟ୍ରେଲିଆ ଦ୍ଵିପାକ୍ଷିକ ସମ୍ପର୍କ ସୃଦୃଢ଼ ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି I ଦୀର୍ଘ ୪ ବର୍ଷ ଧରି ଅଷ୍ଟ୍ରେଲିଆ ଅସଇଣ୍ଡ ବ୍ରିଜ ଅନୁଷ୍ଠାନକୁ ପ୍ରତିଷ୍ଠା କରି ଦୃଢ଼ ନେତୃତ୍ଵ ବଳରେ ଭାରତ ତଥା ଅଷ୍ଟ୍ରେଲିଆର ଯୁବ ସମାଜକୁ ସଞ୍ଜୋଗ କରାଇବାରେ ସମର୍ଥ ହୋଇଛନ୍ତି ସେ I ପ୍ରଫେସର ଦାଶଙ୍କୁ ସମ୍ମାନିତ କରିବା ପାଇଁ ସ୍ବତନ୍ତ୍ର ଭାବରେ ନିମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିବାର ଜଣାପଡିଛି I ସଂସଦ ପରିସରରେ ସାଂସଦ ଇୱାନ ୱାଲର୍ଟରସ ପ୍ରଫେସର ଦାଶଙ୍କୁ ସମ୍ମାନିତ କରି ଭୂୟସୀ ପ୍ରଶଂସା କରି ଆଗାମୀ ଦିନରେ ଦାଶଙ୍କ ଅବଦାନ ଉଭୟ ଦେଶର ଯୁବ ସମାଜ ପାଇଁ ଅନୁକରଣୀୟ ଓ ପ୍ରେରଣାଦାୟୀ ହେବ ବୋଲି ମତବ୍ୟକ୍ତ କରିଛନ୍ତି I ଏହି କାର୍ଯ୍ୟକ୍ରମରେ ପ୍ରଫେସର ଦାଶ ଅଷ୍ଟ୍ରେଲିଆର ବିଦେଶ ନୀତିକୁ ସୁଦୃଢ଼ କରିବା ପାଇଁ ଏସିଆ ମହାଦେଶ ଓ ଭାରତୀୟ ଉପ ମହାଦେଶ ସହିତ କିଭଳି ସମ୍ପର୍କକୁ ସୁଦୃଢ଼ କରାଯିବ ସେନେଇ ଆଲୋକପାତ କରିଥିଲେ I ସୂଚନାଯୋଗ୍ୟ, ପ୍ରଫେସର ଦାଶ ଅଷ୍ଟ୍ରେଲିଆର ମୋନାସ ବିଶ୍ଵବିଦ୍ୟାଳୟରେ ପାଠ ପଢ଼ିଛନ୍ତି I ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ପାଇଁ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି କମଳାକାନ୍ତ I ପ୍ରଫେସର ଦାଶଙ୍କୁ ଅଷ୍ଟ୍ରେଲିଆରେ ସମ୍ବର୍ଦ୍ଧିତ ଖବର ପ୍ରଚାର ହେବା ପରେ ନିଜ ଅଞ୍ଚଳବାସୀ ଗର୍ବ ଅନୁଭବ କରିବା ସହ ଭୂୟସୀ ପ୍ରଶଂସା କରିଵା ସହିତ ଅନେକ ଅନେକ ସୁଭେତ୍ସା ଜଣାଇଛନ୍ତି I ତେବେ କମଳାକାନ୍ତଙ୍କ ପୈତୃକ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ରହ୍ମପୁରରେ ଖୁସିର ଲହରୀ ଖେଳି ଯାଇଛି I ତାଙ୍କ ବାପା ମାଆଙ୍କ ମନ ଆନନ୍ଦରେ ପୁରୀ ଯାଇଛି I ଘରୁ ମିଳିଥିବା ସୁସଂସ୍କାର ଓ ଶିକ୍ଷା ବଳରେ କମଳାକାନ୍ତ ଆଜି ଏଭଳି ସଫଳତା ହାସଲ କରିଥିବା ତାଙ୍କ ବାପା କହିଛନ୍ତି I ଏଥି ସହ ପରିବାର ଓ ପଡୋଶୀ ପରସ୍ପରକୁ ମିଠା ଖୁଆଇ ଖୁସି ମାନଇଛନ୍ତି I ଏଥିସହ ସ୍ଥାନୀୟ ଗରଦପୁର ପଞ୍ଚାୟତ ସରପଞ୍ଚ କମଳା କାନ୍ତଙ୍କ କୃତିତ୍ୱ ପାଈଁ ତାଙ୍କ ବାପା ମାଆଙ୍କୁ ପଞ୍ଚାୟତ ପକ୍ଷରୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି I

Comments (0)
Add Comment