କେନ୍ଦୁଝର,୧୫/୭ – କେନ୍ଦୁଝର ସହର ଠାରୁ ୮ /୯ କି.ମି ଦୂରତା, ଡ଼ିମ୍ବୋ ପଞ୍ଚାୟତ ଅଧିନ ଗୁହାଳ ଚଟୁଆ ଠାରେ ଥିବା ଗୋନାସିକା ପାର୍କ ଠାରେ ଗତକାଲି ଦିନ ୧୨ଟା ସମୟରେ ସେଠାରେ ଚୌକି ଦାର କାର୍ଯ୍ୟ କରୁଥିବା କ୍ଷେତ୍ର ବାସି ମହାନ୍ତଙ୍କ ଆ୦ ବର୍ଷ (୮) ର ପୁଅ ଶକ୍ତିଧର ମହାନ୍ତ ପାର୍କ ମଧ୍ୟରେ ଥିବା ଜଳାଶୟରେ ମାଛ ଧରୁଥିବା ସମୟରେ ପାଣିରେ ବୁଡିଯାଇଥିଲା । ତାକୁୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ପାର୍କ ମଧ୍ୟରେ କୌଣସି ସୁରକ୍ଷା ବାଡ଼ ଜଳାଶୟ ପାଶ୍ୱର୍ରେ ଦିଆଯାଇ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବାର ଜଣାଯାଏ । ତେଣୁ ଏହାର ଚତୁଃପାଶ୍ୱର୍ରେ ବାଡା ଦେବାକୁ ଦାବି ହେଉଛି ।