କେନ୍ଦୁଝର,୩/୮- ଝୁମ୍ପୁରା ଲ୍ୟାମ୍ପରେ ଚାଲିଥିବା ଚାଷୀ ପଞ୍ଜିକରଣ କାର୍ଯ୍ୟକ୍ରମରେ କରୋନା ନିୟମକୁ ଉଲ୍ଲଙ୍ଘନ କରୁଥିବା ଦେଖାଯାଉଛି । ଲ୍ୟାମ୍ପ ଅଧିନରେ ଆସୁଥିବା ଗ୍ରାମଗୁଡିକର ଚାଷିମାନେ ନା ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଉଛନ୍ତି ନା ସାମାଜିକ ଦୂରତାକୁ ମାନୁଛନ୍ତି । ଏ ସମ୍ବନ୍ଧରେ ଲ୍ୟାମ୍ପ ଏମଡିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଆପଣଙ୍କୁ କିଏ କହିଲା ଏଠାରେ ଫୋଟ ଉଠାଇବାକୁ । ନିଜର ଭୁଲକୁ ଲୁଚାଇବାକୁ ଯାଇ ସେ କର୍ତ୍ତବ୍ୟରତ ଜଣେ ସାମ୍ବାଦିକଙ୍କ କାର୍ଯ୍ୟକୁ ବିରୋଧ କରିବା ଏହା କେତେଦୂର ସମିଚୀନ ତାହା ଏଥିରୁ ପ୍ରତୀୟମାନ ହେଉଛି । କରୋନା ନିୟମକୁ ଉଲ୍ଲଂଘନ ସମ୍ବନ୍ଧରେ ଏମଡ଼ିଙ୍କ ସହ ଆଲୋଚନା କରୁଥିବା ସମୟରେ ଲ୍ୟାମ୍ପର ଅନ୍ୟ ଜଣେ କର୍ମଚାରୀ ନିଜକୁ ବିଏମ ମୁକୁନ୍ଦ ଚନ୍ଦ୍ର ନାଏକ ବୋଲି ପରିଚୟ ଦେଇ ଯୁକ୍ତି କରିବା କେତେ ଦୂର ନ୍ୟାୟ ସଙ୍ଗତ । ସରକାର କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତି ଚଳାଇଥିବା ସମୟରେ ଲ୍ୟାମ୍ପ କର୍ମଚାରୀଙ୍କ ଏଭଳି ଖାମଖିଆଲ ନୀତି ଭବିଷ୍ୟତରେ ଏକ ବଡ ବିପଦକୁ ଯେ ନ ଡାକିବ ତାହା କିଏ କହିପାରିବ ।