କେନ୍ଦୁଝର,୨୬/୮- ଗତକାଲି ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ଅନ୍ତର୍ଗତ କତରାପାଲି ନିକଟ ୪୯ନଂ ରାଜପଥ ନିକଟରେ ଦଶଚକିଆ ଟ୍ରକ ସହ ମଟର ସାଇକେଲ ଧକ୍କାହୋଇ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାଇକ ଚାଳକ ଜଣକ ହେଉଛନ୍ତି ସ୍ଥାନୀୟ କତରାପାଲି ଅଞ୍ଚଳର ରବି ପ୍ରଧାନ ନାମକ ଜଣେ ୨୦ବର୍ଷୀୟ ଯୁବକ । ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ଉପରେ ଟାୟାର ଜାଳି ଏବଂ ପଥରରଖି ଗତକାଲି ସନ୍ଧ୍ୟା ସମୟରୁ ଆଜି ଦିନ ୧୧ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ।