ଅବକାରୀ ବିଭାଗର ମିଳିତ ଚଢାଉରେ ମହୁଲି ମଦ ଜବତ

କେନ୍ଦୁଝର,୨/୭- ପାଟଣା ତହସିଲଦାରଙ୍କ. ନେତୃତ୍ୱରେ କେନ୍ଦୁଝର ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ଼, ପାଟଣା ବ୍ଲକ ଅବକାରୀ କର୍ମଚାରୀ ତଥା ଘଟଗାଁ ବ୍ଲକ ଅବକାରୀ କର୍ମଚାରୀ ମିଳିତଭାବେ ଚଢାଉକରି ମହୁଲିମନଦ ଓ ପୋଚ ନଷ୍ଟ କରିଥିବା ଦେଖିବାକୁ ମିଳିଛି । କୌଣସି ସୁତ୍ରରୁ ଖବରପାଇ ତୁରମୁଙ୍ଗା ଥାନା ଅଧିନସ୍ଥ ହୀରାପସି , ସାହାରପଡା ନିକଟସ୍ଥ ଭାଲିଆଡ଼ିହ ଏବଂ ଘଟଗାଁ ବ୍ଲକ ଅଧିନସ୍ଥ ଛୋଟରାୟପୁର ଗାଁ ଉପରେ ଚଢଉ କରାଯାଇ ସର୍ବମୋଟ ୧୩,୦୦୦ ଲିଟର ମହୁଲି ପୋଚ ନଷ୍ଟ କରାଯାଇଥିଲା ଏବଂ ୪୫୦ ଲିଟର ମହୁଲିମଦ ଜବତ କରାଯାଇଥିଲା ।

ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାବେଳେ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ସେସବୁ ସ୍ଥାନରୁ ମହୁଲିମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ହାଣ୍ଡି ଡେକଚି ତଥା ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା ।

Comments (0)
Add Comment