ପ୍ରଧାନମନ୍ତ୍ରୀ ଆବାସଗୃହ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି

କେଉଁଝର,୯/୭- ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ସଦର ବ୍ଳକ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଲାଞ୍ଚକାରବାରର ଯାଞ୍ଚ ଏବଂ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ,ସଠିକ୍‌ ହିତାଧିକାରୀଙ୍କୁ ଆବାସ ପ୍ରଦାନ ତଥା ବ୍ଲକ ଅଫିସର ଅଭିଯୋଗ ବାକ୍ସରେ ପଡିଥିବା ଆବେଦନ ପତ୍ରଗୁଡିକ ୨୦୨ଠ ଫେବୃଆରୀରୁ ଏ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟ ସରକାର ଥରେ ଖୋଲି ଦେଖିବା ତଥା ସମୀକ୍ଷା କରିନଥିବା ନେଇ ବିକ୍ଷୋଭ ପ୍ରଦଶନ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।

Comments (0)
Add Comment