ପ୍ରଚାରରେ ଆଗରେ କେରାଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁନୀଲ ମହାପାତ୍ର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚୟତର ସରପଞ୍ଚ ପ୍ରାର୍ଥୀ ସୁନୀଲ ମହାପାତ୍ର ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାରରେ ସେ ପଞ୍ଚାୟତରେ ଲୋକପ୍ରିୟତା ଅର୍ଜନ କରିଥିବା ଜଣାପଡିଛି । ପଞ୍ଚୟତର ବିଭିନ୍ନ ଗ୍ରାମ ଓ ୱାର୍ଡକୁ ଯାଇ ସେ ଲୋକଙ୍କୁ ସାକ୍ଷାତ କରି ତାଙ୍କୁ କାର ଚିହ୍ନରେ ଭୋଟ ଦେବାକୁ ନିବେଦନ କରୁଛନ୍ତି । ଲୋକଙ୍କ ମୌଳିକ ସମସ୍ୟାକୁ କିପରି ସମାଧାନ କରାଯିବ ତାହାରି ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ଏବେ ବି ଲୋକଙ୍କ ବହୁ ସମସ୍ୟା ରହିଛି । ପକ୍କାଘର ପଇବାରୁ ବହୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ଅଛନ୍ତି ସେମାନଙ୍କୁ ଘର ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ସେହିପରି ପଞ୍ଚାୟତରେ ଉନ୍ନତ ରାସ୍ତା, ବିଶୁଦ୍ଧ ପାନୀୟ ଜଳ, ଆଲୋକ ବ୍ୟବସ୍ଥା କରିବାକୁ ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି ।

Comments (0)
Add Comment