ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରାଗଲା ସର୍ଟ ଡାଉନ ନିୟମ ଖଜୁରିପଡା ବ୍ଲକରେ

ଖଜୁରୀପଡ଼ା,୩/୭: କରୋନା ସଂକ୍ରମଣର ଭୟାଭୟତା ଏବଂ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଙ୍କ ନିୟମ ପାଳନ କରିବା ପାଇଁ ଆଜି ଖଜୁରୀପଡ଼ା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଏବଂ ରାଜସ୍ୱ ନିରୀକ୍ଷକ ଅମିୟ ଭୂଷଣ ରାମ୍ ପ୍ରମୁଖ ଖଜୁରୀପଡ଼ା ସଦରମହକୁମା ସମେତ ବିଭିନ୍ନ ଅଂଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଲାରେ ଲାଗୁ ହୋଇଥିବା ଶନିବାର ଓ ରବିବାର ଦିନର ସର୍ଟଡାଉନ ନିୟମ ସହ ହାଟ ବଜାର ବ୍ୟବସାୟ କିଭଳି କରିବେ ସେନେଇ ସୁଚନା ପ୍ରଦାନ କରିଛନ୍ତି । ଜରୁରୀକାଳୀନ ସେବାକୁ ବାଦ ଦେଇ ସର୍ଟଡାଉନ ନିୟମ ଘୋଷଣା ପରେ ସାମାଜିକ ଦୂରତା ମାସ୍କ ବାବହାର ରାସ୍ତାଘାଟରେ ଛେପ ନ ପକାଇବା ପାଇଁ ପରାମର୍ଶ ଦେବାସହ ଏହାକୁ ଜୁଲାଇ ମାସ ସାରା ଲାଗୁ ରହିଥିବା ଜଣାପଡ଼ିଛି । ଏହାର ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଘୋଷଣା କରାଯାଇଛି ।

Comments (0)
Add Comment