ଭିନ୍ନକ୍ଷମ ଜଗୁ କୁମ୍ଭାର ସରକାରୀ ଯୋଜନାରୁ ବଞ୍ଚିତ, ସହାୟତା ପାଇଁ ଦାବି

ଖପ୍ରାଖୋଲ,୯/୧୧: ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ମ୍ୟୁନସିପାଲଟି ଏରିଆ ମାଳଗୋଦାମ ପଡାର ଜଗୁ କୁମ୍ଭାର(୨୭) ଶତକଡ଼ା ୮୦ % ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ପରିବାର କହିଲେ ମା ଓ ୫ ଭାଇ ଅଛନ୍ତି । ତିନି ଭାଇ ବିବାହିତ ଜଗୁ କୁମ୍ଭାର ଓ ସାନଭାଇ ଅବିବାହିତ ତାଙ୍କର ଜମିବାଡି ନଥିବାରୁ ସରକାରୀ ଜାଗାରେ ରହୁଛନ୍ତି । ଅବିବାହିତ ଦୁଇ ଭାଇ ମାଁଙ୍କ ସହିତ ରହୁଛନ୍ତି । ପରିବାର ଆୟ କହିଲେ ବିପିଏଲ ଚାଉଳ ପରିବାରକୁ ୨୫କେଜି ଚାଉଳ ପାଉଛନ୍ତି । ଭିନ୍ନକ୍ଷମ ଜଗୁ ବଲାଙ୍ଗିର ଠାରୁ ଟିଟିଲାଗଡ଼ ପ୍ରତିଦିନ ରେଳଗାଡିରେ ଯିବାଆସିବା କରି ତାଙ୍କ ଭିନ୍ନକ୍ଷମ ଅବସ୍ଥା ଦେଖି ଦୟାପରବଶ ହୋଇ ଯିଏ ଯାହା ପଇସା ଦେଲା ଚଳୁଛନ୍ତି । କିନ୍ତୁ ସରକାର ଭିନ୍ନକ୍ଷମ ପାଇଁ ଯେଉଁସବୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସେହିସବୁ ଯୋଜନାରୁ ଜଗୁ ବଞ୍ଚିତ ରହିଛନ୍ତି । ଭିନ୍ନକ୍ଷମଙ୍କୁ ଯୋଗାଇ ଦେଉଥିବା ଆବାସ ଗୃହ ସହିତ ଅନ୍ତୋଦୟ ଖାଉଟି କାର୍ଡ ଯୋଗାଇ ଦେବା ପାଇଁ ସେ ପ୍ରଶାସନକୁ ଅନୁରୋଧ କରୁଛନ୍ତି । ପ୍ରଶାସନ ଜଗୁ ରହିବା ପାଇଁ ଘର ଖଣ୍ଡେ, ଭତ୍ତା ଓ ଚାଉଳ ଯୋଗାଇଦେବାକୁ ପଡାବାସୀ ଅନୁରୋଧ କରିଛନ୍ତି । ଭିନ୍ନକ୍ଷମ ଜଗୁ ପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଜଗୁର ପରିବାର ଉପକୃତ ହୋଇପାରିବେ ବୋଲି କୁହାଯାଉଛି ।

Comments (0)
Add Comment