୨୩ ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଉଦଯାପିତ,
ବିଜୟୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର

ଖପ୍ରାଖୋଲ,୬/୧୦: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ୨୩ ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଉଦଯାପିତ ହୋଇ ମଙ୍ଗଳବାର ଅପରାହ୍ନରେ ପ୍ରମାଣ ପତ୍ର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆର୍ଚେରୀ ସଂଘ ଏବଂ ବଲାଙ୍ଗୀର ଜିଲ୍ଲା ଆର୍ଚେରୀ ସଂଘର ମିଳିତ ଆନୁକୂଲ୍ୟରେ ଖପ୍ରାଖୋଲ ହାଇସ୍କୁଲ ପଡିଆଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ପାଟଣାଗଡ଼ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରମାଣ ପତ୍ର ବିତରଣ କରିଥିଲେ । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ , ବିଧାୟକ ପ୍ରତିନିଧି ରମେଶ ଚନ୍ଦ୍ର ପଧାନ, ସମାଜସେବୀ ପବିତ୍ର ପୁଟେଲ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ବଲାଙ୍ଗୀର ଜିଲ୍ଲା ଆର୍ଚେରୀ ସଂଘ ସଭାପତି ରମାକାନ୍ତ ଭୋଇ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାରୁ ଆସି ଏହି ପ୍ରତିଯୋଗିତାରେ ବିଜୟ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି ଆର୍ଚେରୀ ପ୍ରମାଣ ପତ୍ର ବିତରଣୀ ମହୋତ୍ସବରେ ରାଜ୍ୟ ଆବଟୀ ସଂଘ କୋଷାଧ୍ୟକ୍ଷ ସୌରଜିତ ସିଂ , ଜଟାଧାରୀ ରାଉତ , ବିଶ୍ୱଜିତ ସିଂ, ବିନୋଦ କୁମାର ମୂଳିଆ , ନିରଞ୍ଜନ ମଲ୍ଲିକ, ରାଜ୍ୟ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାଙ୍କ ସମେତ ବିଚାରକ, ପ୍ରଶିକ୍ଷକ, ମ୍ୟାନେଜର ଉପସ୍ଥିତ ଥିଲେ । ସ୍କୋରରରେ ରୋଜି ମଲ୍ଲିକ , ଅଭିଳାଷ ଭୋଇ , ବିଦ୍ୟାଧର ବେହେରା , ସୁଜିତ ସାହୁ , ସୁଶୀଲ ରାଓ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଜିଲ୍ଲା ଆର୍ଚେରୀ ସଂଘର ଉପସଭାପତି ବିଜୟ ମଲ୍ଲିକ , କୋଷାଧ୍ୟକ୍ଷ ଘାସିରାମ ସାହୁ , ସହକାରୀ କୋଷାଧ୍ୟକ୍ଷ ସୁଜିତ ସାହୁ , ପରିଚାଳକ ନିତେଶ ସାହୁ , ପ୍ରଶିକ୍ଷକ ସଞ୍ଜିବ ନାଏକ ପ୍ରମୁଖ ଉତ୍ସବ ଆୟୋଜନର ନେତୃତ୍ୱ ନେଇଥିଲେ । ଶେଷରେ ଜିଲ୍ଲା ଆର୍ଚେରୀ ସଂଘର ସମ୍ପାଦକ ଆଶିଷ କୁମାର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment