‘ହୀରାଞ୍ଚଳ’ର ପ୍ରଭାବ
ଅନାଥ ବାସୁକିକୁ ମିଳିଲା ରାସନକାର୍ଡ

ଖପ୍ରାଖୋଲ,୧/୧୧: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ମହୁରୁଣ୍ଡି ଗାଁର ଝିଅ ବାସୁକି ସାହାଣୀ ଜଣେ ଅନାଥ । ଦୀର୍ଘ ବର୍ଷ ହେବ ତାର ବାପା ମାଆଙ୍କ ଦେହାନ୍ତ ହେଲାପରେ ବାସୁକି ଅନ୍ୟ ଘରେ ଆଶ୍ରୟ ନେଇ ରହୁଥିଲା । ତେଣୁ ସେ ଏକାକୀ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲା । ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଅର୍ଥାତ୍‌ ରାସନ କାର୍ଡ ପାଇଁ ପ୍ରଶାସନ ପାଖରେ ବହୁବାର ଗୁହାରି କରିଥିଲା । କିନ୍ତୁ ରାସନ କାର୍ଡ ମିଳିପାରିନଥିଲା । ତାଙ୍କର ଏହି ସମସ୍ୟାକୁ ହୀରାଞ୍ଚଳ ଖବରକାଗଜ କିଛିଦିନ ପୂର୍ବେ ପ୍ରକାଶ କରିଥିଲା । ଖବର ଖବର ପ୍ରକାଶନ ପରେ ଏହି ଖବରକୁ ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳର ସମାଜସେବୀ ରମେଶ କୁମାର ମେହେର ଓ ହୀରାଞ୍ଚଳ ଖପ୍ରାଖୋଲ ପ୍ରତିନିଧି ରୂପେନ୍ଦ୍ର ମୁଣ୍ଡା ମୁଖ୍ୟମନ୍ତ୍ରୀ , ମୋ ସରକାର ୫ଟି , ଖାଦ୍ୟ ସୁରକ୍ଷା ବିଭାଗ ଓ ଅଧ୍ୟକ୍ଷ , ଜିଲ୍ଲା ପ୍ରଶାସନକୁ ଟୁଇଟ କରି ଅନୁରୋଧ କରିଥିଲେ । ଏହାର ଫଳସ୍ୱରୂପ ବାସୁକିକୁ ଏବେ ମିଳିଛି ରାସନକାର୍ଡ । କାର୍ଡ ପାଇ ବାସୁକି ଖୁବ ଆନନ୍ଦିତ ଥିବାବେଳେ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Comments (0)
Add Comment