ଖପ୍ରାଖୋଲ – ପୃଥିବୀର ପ୍ରସିଦ୍ଧ ଧର୍ମପୀଠ, ପବିତ୍ର ତୀର୍ଥକ୍ଷେତ୍ର, ଗନ୍ଧମାର୍ଦ୍ଦନ ହରିଶଙ୍କର ତୀର୍ଥସ୍ଥଳୀଟି କରୋନା ମହାମାରୀ ଜନିତ ଲକଡାଉନ ଯୋଗୁଁ ଖାଁ ଖାଁ ଲାଗୁଛି । ଭକ୍ତ, ଶ୍ରଦ୍ଧାଳୁ କିମ୍ବା ତୀର୍ଥ ଯାତ୍ରୀ ଆସୁନାହାନ୍ତି । ମନ୍ଦିରରେ ଅର୍ଣ୍ଣଭୋଗ ହେଉନାହିଁ କି ତୀର୍ଥ ଯାତ୍ରୀ ମାନେ ଆସୁନାହାନ୍ତି ଫଳରେ ହଜାର ହଜାର ପଶୁ ପକ୍ଷୀ, ଜୀବଜନ୍ତୁ ,ମାଙ୍କଡ଼ ଅନାହାରରେ ଅଛନ୍ତି । ପଶୁପକ୍ଷୀ ମାନଙ୍କ ଦୁର୍ଦ୍ଦଶା ସମ୍ବନ୍ଧରେ ବିଶ୍ୱର ବିଶିଷ୍ଟ ସମାଜସେବୀ ,ଭୋକିଲା ମଣିଷ ତଥା ଭୋକିଲା ପ୍ରାଣୀଙ୍କୁ ସର୍ବଦା ଖାଦ୍ୟଯୋଗାଣ ର ହାତ ବଢା଼ଉଥିବା ଦରଦୀ ବନ୍ଧୁ କିସ୍ ଆଦିବାସୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟି ଆକର୍ଷଣ କଲାପରେ ଚୁଡା ,ବିସ୍କୁଟ, କଦଳୀ, ପନିପରିବା, ଫଳମୂଳ ପଠାଇଥିଲେ । ଶୁକ୍ରବାର ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା ଏବଂ କିସ୍ କିଟ ବିଶ୍ୱବିଦ୍ୟାଳୟର କର୍ମଚାରୀ ବୃନ୍ଦ ହରିଶଙ୍କରକୁ ଯାଇ ପଶୁପକ୍ଷୀ ତଥା ହଜାର ହଜାର ମାଙ୍କଡ଼ ପାଇଁ ଖାଦ୍ୟ ପ୍ରଦାନ କରିଥିଲେ । ଡ଼ ଅଚ୍ୟୁତ ସାମନ୍ତ ସମଗ୍ର ଅବହେଳିତ, ଉପେକ୍ଷିତ, ଶୋଷିତ, କ୍ଷୁଧାର୍ତ୍ତ ମାନବ ସମାଜର ମଙ୍ଗଳ କରିବା ସଙ୍ଗେସଙ୍ଗେ ବିଶ୍ୱ କରୋନା ଜନିତ ଲକ ଡାଉନ ଦୁର୍ଦ୍ଦିନରେ ଖାଇବାକୁ ପାଉନଥିବା ପଶୁପକ୍ଷୀ ,ବନ୍ୟପ୍ରାଣୀ ,ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିବାରୁ ସ୍ଥାନୀୟ ବାସିନ୍ଦା ହରିଶଙ୍କର ମନ୍ଦିର ପରିଚାଳନା କମିଟି ,ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ମହାନ ସମାଜସେବୀ ଡ. ସାମନ୍ତଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ସାଧାରଣ ସମ୍ପାଦକ ନିରଞ୍ଜନ ବିଶି ,ଜ଼ିଲ୍ଲା ପରିଷଦ ସଭ୍ୟ ତଥା ହରିଶଙ୍କର ମନ୍ଦିର ପରିଚାଳନା ସବକମିଟିର ସଭାପତି ବିପ୍ର ବିଶି, ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ବ୍ଲକ ସଂପାଦକ ଟିକେଶ୍ୱର ଧରୁଆ ,ଆଇନଜୀବୀ ପ୍ରିୟ ରଞ୍ଜନ ବହିଦାର, ଅଧ୍ୟାପକ ପ୍ରମୋଦ ସାହୁ ,କିସ ସଂଯୋଜକ ଶୈଳେଶ ସାହୁ ,ରାଜ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।