କଠୋରୀ ଅଭାବ ଯୋଗୁଁ ସମସ୍ୟାରେ ମହୁରୁଣ୍ଡି ସ୍କୁଲ, ପାଠପଢାରେ ବ୍ୟାଘାତ ଅଭିଯୋଗ

ଖପ୍ରାଖୋଲ,୧୭/୬ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ମହୁରୁଣ୍ଡି ଗାଁର ସରକାରୀ ବିଦ୍ୟାଳୟ କୋଠରୀ ଦୀର୍ଘ ଏକବର୍ଷରୁ ଅଧିକ ହେବ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି । ବିଦ୍ୟାଳୟର କାମ ମନ୍ଥର ଗତିରେ ଚାଲିଥିବାରୁ ବର୍ତ୍ତମାନ ସୁଦ୍ଧା ସ୍କୁଲ ଗୃହ ସମ୍ପୂର୍ଣ୍ଣ ଭାବେ ହୋଇନଥିବାରୁ ଓ ସ୍କୁଲର ଗୋଟିଏ କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ସବୁ ଛାତ୍ର ଛାତ୍ରୀ ପାଠ ପଢୁଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବିଦ୍ୟାଳୟ କୋଠରୀ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ତୁରନ୍ତ ବିଦ୍ୟାଳୟ କୋଠାରୀ ନିର୍ମାଣ କରିବା ପାଇଁ ଅଭିଭାବକ ତଥା ଗ୍ରାମବାସୀ ଦାବି କରିଛନ୍ତି ।

Comments (0)
Add Comment