ଖପ୍ରାଖୋଲ,୨୮/୯: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପତ୍ରାପାଲିରୁ ନୂଆପଡା ମୁଖ୍ୟରାସ୍ତା ବର୍ଷାଦିନେ କାଦୁଅ ପଚ ପଚ ହେଉଥିବାରୁ ଛାତ୍ରଛାତ୍ରୀ ଓ ଜନସାଧାରଣ ଯାତାୟାତରେ ନାହିଁନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି । ଉକ୍ତ ରାସ୍ତା ଉପରେ ଦୈନନ୍ଦିିନ ଶତାଧିକ ଛାତ୍ରଛାତ୍ରୀ ଓ ଜନସାଧାରଣ ଯାତାୟତ କରୁଥିବା ବେଳେ ରାସ୍ତାଟି ଖାଲଖମାରେ ଭର୍ତ୍ତି ହେବାସହ ବର୍ଷାଦିନେ କାଦୁଅ ପଚପଚ ହୋଇଥିବାରୁ ଯିବାଆସିବା ସମୟରେ ଛୋଟଛୋଟ ଦୁର୍ଘଟଣାମାନ ଘଟୁଛି । ଫଳରେ ସ୍ଥାନୀୟ ଲୋକେ ବର୍ଷାଦିନେ ସ୍କୁଲ ଓ କଲେଜ କେ ଜଲଦି ଜଲଦି ପଢ଼ି ଚାଲ ମିଟର ମିଟର ଧରି କାଦୋ ପଚ ପଚ ଦସଟା ଖାଲ , ହିଟି ହାବିଡି ପଡଲେ ପାଠ ପଢା ଛାଡ଼ି ଘରକେ ଚାଲ ବୋଲି କହୁଥିବା ଚର୍ଚ୍ଚା ହେଉଛି । ଏହି ରାସ୍ତା ଉପରେ ଦୀର୍ଘ ବର୍ଷ ହେବ ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ଜନ ସାଧାରଣ ଯାତାୟତ କରି ଆସୁଛନ୍ତି । ତେଣୁ ଏକ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦୀର୍ଘ ବର୍ଷ ହେବ ଦାବି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ହୋଇପାରିନାହିଁ । ତେଣୁ ଏହି ସମସ୍ୟା ପ୍ରତି ଜିଲ୍ଲା ଓ ବ୍ଲକ ପ୍ରଶାସନ ଦୃଷ୍ଟିଦେଇ କଂକ୍ରିଟ ରାସ୍ତା ନିର୍ମାଣ କରିବାପାଇଁ ଜନସାଧାରଣ ଓ ଗ୍ରାମବାସୀ ଦାବି କରିଛନ୍ତି ।