ବିଦ୍ୟୁତ ଆଘାତରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ

ଖପ୍ରାଖୋଲ ୧୬/୭- ଖପ୍ରାଖୋଲ ଥାନା ଭୁର୍ଷିବାଞ୍ଜିରେ ବିଦ୍ୟୁତ ଆଘାତରେ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ସ୍ୱାମୀ ଅମରବାଗ (୬୫) ସ୍ତ୍ରୀ ସପୁର ବାଗ(୫୮) । ନିଜ ଘରକୁ ସଂଯୋଗ କରିଥିବା ବିଦ୍ୟୁତ ତାର କଟି ଯାଇ ଟିଣ କବାଟରେ ଲାଗି ରହିଥିବା ବେଳେ ଅମର କବାଟ ବନ୍ଦ କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ସ୍ତ୍ରୀ ସପୁର କାମରୁ ଫେରିବା ବେଳକୁ ତାଙ୍କର ସ୍ୱାମୀ ତଳେ ପଡ଼ିଥିବା ଦେଖି ସ୍ୱାମୀଙ୍କୁ ଉଠାଇବାକୁ ହାତ ମାରିଥିବାରୁ ସେ ମଧ୍ୟ କରେଣ୍ଟରେ ଲାଗି ମୃତ୍ୟୁବରଣ କରିଛନ୍ତି । ଖପ୍ରାଖୋଲ ଥାନା ଘଟଣା ସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment