ସୋନପୁର: ରାଜ୍ୟର ଅଞ୍ଚଳରେ କରୋନା ଯେଭଳି କାୟା ବିସ୍ତାର କରିଛି ସେଥିରେ କେବେ ସଂପୂର୍ଣ୍ଣ ମୁକ୍ତି ମିଳିବ,ତାହା କହିବା ମୁସ୍କିଲ ଜଣାପଡୁଛି। ରାଜ୍ୟରେ ସଂକ୍ରମିତ ଙ୍କ ହାର ରେ ସୁବର୍ଣ୍ଣପୁର ଜିଲ୍ଲା ଯଦିଓ କମ୍ ସ୍ତରରେ ଅଛି ତଥାପି ଗତକାଲି ଏକା ଥରକେ ୬ଜଣ ସଂକ୍ରମିତ ହେବାଘଟଣାରେ ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।ବିଶେଷ କରି ସଂକ୍ରମିତ ଙ୍କ ମଧ୍ୟରୁ ଜଣେହିଁ ବାହାରୁଆସି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରହିଥିବା ବେଳେ ଅନ୍ୟସମସ୍ତେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଗୋଷ୍ଠୀ ସଂକ୍ରମଣ ର ଭୟ ସୃଷ୍ଟି ହୋଇଥିବା ଦେଖାଯାଇଛି। ଯେହେତୁ ସଂକ୍ରମିତ ସମସ୍ତେ କାହାକାହାର ସଂସ୍ପର୍ଶରେ ଆସିଛନ୍ତି ସେ ସମସ୍ତଙ୍କୁ ଖୋଜି ବାହାର କରିବା ଘଟଣାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ନିଦହଜାଇ ଦେଇଛି।ତେବେ ଆକ୍ରାନ୍ତ ଙ୍କ ମଧ୍ୟରେ ଏକ ୫ବର୍ଷ ର ଶିଶୁ କନ୍ୟା ରହିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ସୀମା ବର୍ତ୍ତୀଜଣେ ମହିଳା ଅଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ୬ଆକ୍ରାନ୍ତ ଙ୍କ ମଧ୍ୟରୁ ଡୁଙ୍ଗୁରିପାଲି ଅଞ୍ଚଳର ହୋଇଥିବା ବେଳେ ତାଙ୍କ ମଧ୍ୟରୁ ଜଣେ ୫ବର୍ଷର ଶିଶୁକନ୍ୟା ଜଣେ ୩୭ ଓ ୨୬ ବର୍ଷୀୟ ଜଣେ ଯୁବକ ରହିଛନ୍ତି।ସେହିପରି ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ କନ୍ଦପାଲି ଅଞ୍ଚଳର ଜଣେ ୨୦ ବର୍ଷୀୟ ଯୁବକ ଅଛନ୍ତି। ସାମାନ୍ୟ ଜ୍ୱର ର ଲକ୍ଷଣ ଦେଖାଦେବାରୁ ସମସ୍ତେ ଗତ ୩୦ତାରିଖରେ ଡୁଙ୍ଗୁରିପାଲି ଡ଼ାକ୍ତରଖାନା କୁ ପରୀକ୍ଷା ପାଇଁ ଆସିଥିଲେ ଯାହାଙ୍କର କି ରିପୋର୍ଟ ଗତକାଲି ପଜିଟିଭ ଆସିଥିଲା।ସେହିପରି ଅନ୍ୟଜଣେ ଏହିବ୍ଲକ ନିକଟବର୍ତ୍ତୀ ବଲାଙ୍ଗୀର ଜିଲ୍ଲାର ଡୁଡୁକା ଅଞ୍ଚଳର ଜଣେ ୩୦ବର୍ଷୀୟା ମହିଳା ଙ୍କର ମଧ୍ୟ ଉକ୍ତ କେନ୍ଦ୍ରରୁ ତାଙ୍କ ରକ୍ତ ନମୁନା ପଠାଯାଇଥିଲା ଯାହା କି ପଜିଟିଭ ଆସିଛି।କେବଳ ଗତ ୨୪ ତାରିଖରେ ମହାରାଷ୍ଟ୍ର ରୁ ଫେରି ଚିନାଜୁରୀ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରହିଥିବା ଜଣେ ୪୦ ବର୍ଷୀୟ ଯୁବକ ଙ୍କ ମଧ୍ୟ ରିପୋର୍ଟ ପଜିଟିଭ ଆସିଛି। ତେଣେ ସ୍ଥାନୀୟ ଅଞ୍ଚଳ ରୁ ଚିହ୍ନଟ ହୋଇଥିବା ସମସ୍ତ ୪ଜଣ ଙ୍କ ପରିବାର ର ସମସ୍ତ ଙ୍କକଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି ତଥା ସେହି ଅଞ୍ଚଳରେ ରହୁଥିବା ବିଭିନ୍ନ ପରିବାର ର ସ୍ୱାସ୍ଥ୍ୟ ମଧ୍ୟ ବିଭାଗର ସର୍ଭେଲାନ୍ସ ଟିମ୍ ଦ୍ୱାରା କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦିଲିପ କୁମାର ପଣ୍ଡା ସୂଚନା ଦେଇଛନ୍ତି। ତେବେ ପଜିଟିଭ ଚିହ୍ନଟ ହୋଇଥିବା ଗ୍ରାମ କିମ୍ବା ଅଞ୍ଚଳରେ ଯେପରି ଗୋଷ୍ଠୀ ସଂକ୍ରମଣ ନହୁଏ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା କୋଭିଡ୍ ୧୯ ଅଧିକାରୀ ଡ଼. ନବକିଶୋର ବେହେରା ପ୍ରକାଶ କରିଛନ୍ତି।