ନୂଆ ନୂଆ ଅଂଚଳକୁ ଡେଉଛି କରୋନା, HDFC ବ୍ୟାଙ୍କରେ ତାଲା


ବଲାଙ୍ଗୀର 🙁 ସମଗ୍ର ଦେଶ ଓ ରାଜ୍ୟରେ ପ୍ରତିଦିନ ରେକର୍ଡ଼ ସଂଖ୍ୟକ ଲୋକ କରୋନା ସଂକ୍ରମଣ ଶିକାର ହେଉଛନ୍ତି। କିନ୍ତୁ ବଲାଙ୍ଗୀର ଜିଲ୍ଲାରେ ଧୀର ମନ୍ଥର ଗତିରେ ନୂଆ ନୂଆ ଅଞ୍ଚଳରେ କାୟା ବିସ୍ତାର କରୁଛି।ଆଜି ଚିହ୍ନଟ 6 ମଧ୍ୟରୁ 4ଜଣ ପୌରପରିଷଦ ଅନ୍ତର୍ଗତ ବେହେରାପାଲି, ବରପାଲି ପଡା,ମାଲପଡ଼ା ଓ ଗାନ୍ଧୀ ନଗର ପଡାର ବୋଲି ସୂଚନା ଦିଆଯାଇଛି। ତୁରେକେଲା ବ୍ଳକ ସାଲେମୁଣ୍ଡାର ଆକ୍ରାନ୍ତ ଭୁବନେଶ୍ବର ଆଫୋଲୋରେ ଚିକିତ୍ସିତ ଓ ଅନ୍ୟ ଜଣେ ଲୋଇସଂହା ବନଛୋରପାଲିର ସ୍ଥାନୀୟ ସଂସ୍ପର୍ଶରେ ଆସି ସଂକ୍ରମିତ । ଆଜି ସହ ମୋଟ ଆକ୍ରାନ୍ତ ସଂଖ୍ୟା 304, ସେ ମଧ୍ୟରୁ 266ସୁସ୍ଥ ହୋଇ ଫେରିଛନ୍ତି। 38ଜଣ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସଦର ହାର୍ଟ ଦୈନିକ ବଜାର ଠାରେ ଥିବା HDFC ବ୍ୟାଙ୍କର ଜଣେ କର୍ମଚାରୀ ଆକ୍ରାନ୍ତ ହେବା ପରେ ଜିଲ୍ଲାପାଳ ଅରନ୍ଦମ୍ ଡାକୁଆ ବ୍ୟାଙ୍କକୁ 26ତାରିଖ ଯାଏ ବନ୍ଦ କରିବା ନିର୍ଦେଶ ଦେଇଛନ୍ତି।ଜିଲ୍ଲାରେ ପ୍ରଥମ କରି କାର୍ଯ୍ୟାଳୟକୁ ପଶିଛି ଭୁତାଣୁ ତାହା ପୁଣି ଜନଗହଳି ପୂର୍ଣ ଅଂଚଳରେ ଥିବା ବ୍ୟାଙ୍କକୁ, ତେଣୁ ସଂକ୍ରମଣ ବଢିବା ଆଶଙ୍କା ଅଧିକ। କିନ୍ତୁ SBI ମୁଖ୍ୟ ଶାଖା ହେଉ ବା ଅନ୍ୟାନ୍ୟ ବ୍ୟାଙ୍କ ଅବା ସରକାରୀ କାର୍ଯ୍ୟାଳୟମାନଙ୍କରେ ସରକାରଙ୍କ ମାର୍ଗଦର୍ଶନ ନାମକୁ ମାତ୍ର ପାଳନ କରାଯାଉଛି। 1ମ ଓ 2ୟ ପର୍ଯ୍ୟାୟର ହାତଧୂଆ, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର ଢିଲାମେଲା। ଏ ସଂପର୍କରେ ବିଶେଷତଃ ସରକାରୀ ବ୍ୟାଙ୍କମାନଙ୍କ ଅବହେଳା ସଂପର୍କରେ ହୀରାଞ୍ଚଳ ସମେତ ଗଣମାଧ୍ୟମରେ ଆଲୋଚନା କରି କର୍ମକାରୀ ଓ ଗ୍ରାହକ ପାଇଁ ଥର୍ମାଲ ସ୍କ୍ରିନଙ୍ଗ କରିବା ଦାବୀ କରାଯାଇଥିଲେ ସୁଦ୍ଧା କତୃପକ୍ଷ ଆଖିବୁଜି ବସିଛନ୍ତି। ଅନ୍ୟ କିଛି ଜିଲ୍ଲା ରେ ମଧ୍ୟ ବ୍ୟାଙ୍କ କର୍ମଚାରୀ ଆକ୍ରାନ୍ତ ପରେ ବ୍ୟାଙ୍କରେ ତାଲା ଝୁଲୁଛି । ଲୋକ ସେବାରୁ ବଂଚିତ ଅଛନ୍ତି। କିନ୍ତୁ ଥର୍ମାଲ ସ୍କ୍ରିନଙ୍ଗ ଯନ୍ତ୍ରଟିଏ ପାଇଁ ପରିଚାଳନା କତୃପକ୍ଷ ପଛଘୁଞ୍ଚା ଦେବା କେତେ ଠିକ ? ଘନ ଘନ ମାକ୍ସ ତଦାରଖ ଓ ନୀୟମ ଉଲଙ୍ଘନକାରୀ ଦୋକାନୀ ପ୍ରତି ପ୍ରଶାସନ କଠୋର, ଉଚିତ ପଦକ୍ଷେପ କିନ୍ତୁ ପ୍ରଶ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଦାରଖ କାହିଁକି ନୁହେଁ ?

Comments (0)
Add Comment