ଖୋର୍ଦ୍ଧା ୨୯/୦୭: ଓଡିଶା ରାଜ୍ୟ ଖାଦ୍ୟ କମିଶନର ଅଧକ୍ଷ ମାନ୍ୟବର ଶ୍ରୀ ପ୍ରମୋଦ କୁମାର ମେକାପ ଆଜି ଖୋର୍ଦ୍ଧା ଗ୍ରସ୍ତରେ ଆସି ସରକାରଙ୍କ ଖାଉଟି କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଖାଦ୍ୟ କମିଶନର ମଳିପଡା ଗ୍ରାମ ପଚାଂୟତର କଁପୁରୁ ଗ୍ରାମକୁ ଯାଇ ପଞ୍ଚାୟତ ରିଟେଲ୍ ଷ୍ଟୋର୍ ପରିଦର୍ଶନ କରିବା ସହ ସେଠାରେ ଖାଉଟି ମାନଙ୍କ ସହିତ ଆଲୋଚନା କରିଥିଲେ । ପରିଦର୍ଶନ ସମୟରେ ଜିଲ୍ଲା ଯୋଗାଣ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମୋ ସ୍କୁଲ ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ଖାଦ୍ୟ କମିଶନର ଅଧକ୍ଷ ହାଇସ୍କୁଲ ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ବୈଠକରେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀ ଜ୍ୟୋତିରିନ୍ଦ୍ରନାଥ ମିତ୍ର ଯୋଗଦେଇ ବିଜେବି ହାଇସ୍କୁଲ, ଖୋର୍ଦ୍ଧାକୁ ସେଣ୍ଟର୍ ଅଫ ଏକ୍ସଲେନ୍ସ(ଉତ୍କର୍ଷ କେନ୍ଦ୍ର) କରିବାକୁ ପ୍ରସ୍ତାବ ଦେବା ସହ ଏହି ପୁରାତନ ଉଚ୍ଚବିଦ୍ୟାଳୟକୁ ଉନ୍ନତ ମାନର ଆଧୁନିକ ବିଜ୍ଞାନ ପରୀକ୍ଷାଗାର, ଇ-ଲାଇବ୍ରେରି କରିବା, ଇନଡୋର ଷ୍ଟାଡିୟମ୍ କରିବାକୁ ମାନ୍ୟବର ବିଧାୟକ କହିଥିଲେ । ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି ହାଇସ୍କୁଲ ରୂପାନ୍ତରଣ, ମୋ ସ୍କୁଲ୍ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭା ବିକାଶ କରିବା ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ପଦକ୍ଷପ ନିଆଯାଉଛି ବୋଲି କହିଥିଲେ । । ଏହି ବୈଠକରେ ବିଜେବି ହାଇସ୍କୁଲର ପୁରାତନ ଛାତ୍ର ପ୍ରଫେସର ନାରାୟଣ ରାଓ, ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଖୋର୍ଦ୍ଧା, ବିଜେବି ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ ।