କିଆକଟା : ଅନୁଗୋଳ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟାକ ୫୦ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କିଆକଟାରୁ ୫ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି କିଆକଟା ସରପଞ୍ଚ ସୋମନାଥ ମଲ୍ଲିକ ପଞ୍ଚାୟତକୁ ସୋମବାର ସକାଳ ୮ଟାରୁ ୧୯ ତାରିଖ ବୁଧବାର ସଂଧ୍ୟା ୮ ଯାଏଁ ସଟଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ପଞ୍ଚାୟତର ଜନସାଧାରଣଙ୍କୁ ଚଳପ୍ରଚଳରୁ ବାରଣ କରାଯାଇଥିବା ବେଳେ ସରକାରୀ, ବେସରକାରୀ ଅନୁଷ୍ଠାନ ତଥା ବ୍ୟବାସୀୟ ସଂସ୍ଥାଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଟଡାଉନକୁ ପ୍ରତ୍ୟେକ ବ୍ୟକ୍ତି ମାନିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ସରପଞ୍ଚ ଶ୍ରୀ ମଲ୍ଲିକ ନିବେଦନ କରିଛନ୍ତି । ସରକାରଙ୍କ କୋଭିଡ-୧୯ ନିୟମ ଅନୁଯାୟୀ ସମସ୍ତ ଅତ୍ୟାବଶ୍ୟକ ସେବା ଚାଲୁ ରହିବ ବୋଲି ପଞ୍ଚାୟତ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠିରେ ଉଲ୍ଲେଖ କରାଯାଇଛି ।