କିସ୍ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ : ଭୁବନେଶ୍ୱରସ୍ଥିତ କିସ୍ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ କିସ୍ ପକ୍ଷରୁ ସାରାରାଜ୍ୟରେ ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଚାଲିଛି । ଏହି ପ୍ରକ୍ରିୟାରେ ଗତକାଲି ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକର କିସ୍ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଏସବୁ ସାମଗ୍ରୀର ବଣ୍ଟନ କରାଯାଇଥିଲା । କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡା ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କିସ୍‌ରେ ପାଠ ପଢୁଥିବା ଏହି ଅଞ୍ଚଳର ଛାତ୍ରଛାତ୍ରୀ କିମ୍ବା ସେମାନଙ୍କର ଅଭିଭାବକମାନେ ଆସି ସେମାନଙ୍କର ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ ପ୍ୟାକେଟ ଗ୍ରହଣ କରିଥିଲେ ।


ଏହି ବଣ୍ଟନ କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ପାଇଁ ଲୋକସଭା ସାଂସଦଙ୍କ ପ୍ରତିନିଧି ଥିବା ଯୁବନେତା ଶାନ୍ତନୁ କୁମାର ମିଶ୍ର, ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ରଣା, ଶ୍ରମିକ ନେତା କମ୍ଭୁଧର କ୍ଷେତି, ଶିକ୍ଷକ ନୀଳାଚଳ ଭୋଇ, ପୂର୍ବତନ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷ ସାମନ୍ତ ମାଝୀ, ଆଦିବାସୀ ନେତା ଦାମୋଦର ଭୋଇ, ପଞ୍ଚାନନ କଅଁର ପ୍ରମୁଖ ଯୋଗ ଦେଇଥିଲେ । କିସ୍‌ର ଜିଲ୍ଲା ସଂଯୋଜକ ଦାୟିତ୍ୱରେ ଥିବା ଲକ୍ଷ୍ମୀଧର ବେହେରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

Comments (0)
Add Comment