ଭୁବନେଶ୍ୱର, ୧୫ ।୮: କିଟ୍ ବିଶ୍ୱବିଦ୍ୟାଳୟ ଓ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ (କିସ୍)ରେ ଶନିବାର ୭୪ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ସହ ପାଳିତ ହୋଇଯାଇଛି । କିଟ୍ ବିଶ୍ୱବିଦ୍ୟାଳୟରେ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ କିସ୍ରେ କିଟ୍ ଓ କିସ୍ ସଂପାଦକ ଆର ଏନ୍ ଦାଶ ପତାକା ଉତ୍ତୋଳନ କରିଥିଲେ । ସେହିପରି କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ରେ ସ୍କୁଲ୍ର ଚେୟାରପର୍ସନ ଡ. ମୋନା ଲିସା ବଳ ପତ୍ତାକା ଉତ୍ତୋଳନ କରିଥିଲେ । ଚଳିତବର୍ଷ କରୋନାକୁ ଦୃଷ୍ଟିରେ ରଖି ସୀମିତ କର୍ମଚାରୀଙ୍କ ଉପସ୍ଥିତିରେ ସମସ୍ତ କ୍ୟାମ୍ପସରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍ସ କୋଭିଡ୍ ହସ୍ପିଟାଲ୍ରେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଓ ଚକୋଲେଟ ବଂଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କିସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପି. କେ. ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।