ବୌଦ୍ଧ -ଆଜି ସକାଳ ପ୍ରାୟ 7 ଘଣ୍ଟା ସମୟରେ ଶୌଚ ହେବା ପାଇଁ ଘର ଠାରୁ ମାତ୍ର 200 ମିଟର ଦୂରକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ହରଭଙ୍ଗା ଥାନା ବିଶିପାଲି ଗ୍ରାମର ଜଣେ ବୃଦ୍ଧ l ତାଙ୍କୁ ଡାକ୍ତରଖାନା ନେବା ପାଇଁ 108 ଆମ୍ବୁଲାନସ୍ ଡକା ଯାଇଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁଁ ପ୍ରାୟ 4 କିଲୋମିଟର ଦୁରରେ ଅଟକି ରହିଲା ଆମ୍ବୁଲାନସ୍ l ଆତ୍ମୀୟ ସ୍ବଜନ କୌଣସି ଉପାୟ ନ ପାଇ ଖଟିଆ ରେ ବୋହି ଆଣିଲେ ଗୁରୁତର ଆହତଙ୍କୁ l
ମିଳିଥିବା ସୂଚନା ଅନୁଯାୟୀ ସଙ୍କୁଲେଇ ଗ୍ରାମ ପଂଚାୟତ ବିଶି ପାଲି ଗ୍ରାମର ଘାସିରାମ କର୍ମୀ (65 ବର୍ଷ) ଆଜି ସକାଳ ପ୍ରାୟ 7 ଘଣ୍ଟା ସମୟରେ ଶୌଚ ହେବା ପାଇଁ ଯାଇଥିଲେ l ଗ୍ରାମ ନିକଟ ଜଙ୍ଗଲରୁ 3 ଗୋଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ | ପାଟି ଶୁଣି ଲୋକେ ପହଂଚି ତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ l ତାଙ୍କ ପିଚା ଓ ଜଂଘ ରେ ଭାଲୁ କାମୁଡାରେ ଗଭୀର କ୍ଷତ ହୋଇଛି | ତୁରନ୍ତ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନସ୍ ଡକା ଯାଇଥିଲେ ମଧ୍ୟ ସଙ୍କୁଲେଇ -ସୁରୁଣ୍ଡି ରାସ୍ତାରେ ଗାଡି ଆସି ନ ପାରିବାରୁ ବିଶିପାଲି ଠାରୁ ପ୍ରାୟ 4 କିଲୋମିଟର ଦୁର ଠାକୁରମୁଣ୍ଡା ନିକଟ ପର୍ଯ୍ୟନ୍ତ ଆହତ ବ୍ୟକ୍ତିଙ୍କୁ ଖଟିଆରେ ଭାର କରି ବୋହିବାକୁ ପଡିଥିଲା l ସେଠାରୁ ଆମ୍ବୁଲାନସରେ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି l