ବଲିଉଡର ପାକିସ୍ତାନୀ ଲିଙ୍କ୍ ନେଇ ତଥ୍ୟ ଦେଲେ ବୈଜୟନ୍ତ

ଭୁବନେଶ୍ୱର ୨୨ ।୭: ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖୁପାତ୍ର ବୈଜୟନ୍ତ ପଣ୍ଡା ଆଜି ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବୈଜୟନ୍ତ ଯେଉଁ ତଥ୍ୟ ରଖିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତର ପାଣିପବନରେ ବଢି କିଛି ବଲିଉଡ ବ୍ୟକ୍ତିତ୍ୱ ପାକିସ୍ତାନ ଲିଙ୍କରେ ରହି ଦେଶର ପ୍ରଭୂତ କ୍ଷତି ଘଟାଉଛନ୍ତି । ଏଭଳି ଲିଙ୍କକୁ ବୈଜୟନ୍ତ ଦେଶପ୍ରତି ବିପଦ ବୋଲି ଉଲ୍ଲେଖ କରିବା ସହିତ ପାକିସ୍ତାନୀ ଓ ଏନ୍‌ଆର୍‌ଆଇମାନଙ୍କ ସହ ବ୍ୟକ୍ତିଗତ ଓ ବ୍ୟବସାୟିକ ସ୍ୱାର୍ଥ ପାଇଁ ବଲିଉଡର ଏହି ଲିଙ୍କ ରହିଛି ବୋଲି କହିଛନ୍ତି । ସେମାନେ ଜାମ୍ମୁକାଶ୍ମୀରରେ ଅସ୍ଥିରତା ସୃଷ୍ଟି ପାଇଁ ଉତ୍ସାହିତ କରୁଛନ୍ତି ବୋଲି ଲେଖିଛନ୍ତି । ଆଇଏସ୍‌ଆଇ ଓ ପାକିସ୍ତାନ ସେନା ସହିତ ଏମାନଙ୍କର ସଂପର୍କ ରହିଛି । ତେଣୁ ଦେଶପ୍ରେମୀମାନେ ଏଭଳି ଲୋକମାନଙ୍କ ପରିତ୍ୟାଗ କରିବାକୁ ଶ୍ରୀ ପଣ୍ଡା ଆହ୍ୱାନ କରିଛନ୍ତି । ଅପରପକ୍ଷରେ ବୈଜୟନ୍ତଙ୍କ ଟ୍ୱିଟ୍‌ରେ ଅନେକ ଏହାକୁ ସମର୍ଥନ କରି ମତ ଦେଇଛନ୍ତି । ପୂର୍ବରୁ ମଧ୍ୟ ମାଫିଆମାନଙ୍କ ସହିତ ବଲିଉଡ ଲିଙ୍କ ଥିବା ଚର୍ଚ୍ଚା ହେଉଥିଲା । ତେବେ ବୈଜୟନ୍ତଙ୍କ ଟ୍ୱିଟ୍ ଉପରେ ଦେଶର ବିଭିନ୍ନ ଭାଗରୁ କେତେକ ବ୍ୟକ୍ତି ରିଟ୍ୱିଟ୍ କରି କେନ୍ଦ୍ରରେ ବିଜେପି ସରକାର ଥିବାରୁ ବୈଜୟନ୍ତ ଏହାକୁ କେନ୍ଦ୍ରର ଗୃହ ବିଭାଗକୁ ଅବଗତ କରାଇ ତଦନ୍ତ କରାନ୍ତୁ ।

Comments (0)
Add Comment