ଭୁବନେଶ୍ୱର : ଆସନ୍ତା ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହି ସମୟରେ ସକାଳ ୬ଟାରୁ ୧୨ ଟା ପର୍ଯ୍ୟନ୍ତ ଚାଲିଚାଲି ପରିବା କିଣି ଯାଇପାରିବେ ।
ଏହି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର,ଟ୍ରେନିଂ ସେଣ୍ଟର ବନ୍ଦ ରହିବପ୍ରଦର୍ଶନୀ,ମେଳା,ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ ।ଲକଡାଉନ ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି। କେବଳ ମେଡିକାଲ କାର୍ଯ୍ୟ ବ୍ୟତିତ ଅନ୍ୟ ସବୁ ଆତଯାତ ମନା । ଟ୍ୟାକ୍ସି, ଅଟୋ, ସାଇକେଲ, ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ, ଜିମ୍ ବନ୍ଦ ରହିବ। ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ,ଯାତ୍ରା, ଅପେରା, ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ସେଲୁନ, ପାର୍ଲର, ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ବିବାହ ଆୟୋଜନ କରିବାକୁ ହେବ। ବିବାହରେ ସର୍ବାଧିକ ୫୦, ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି।