କରୋନାରୁ ଆରୋଗ୍ୟ ହୋଇ କାର୍ଯ୍ୟରେ ଯୋଗଦେଲେ କ.ନୂଆଗାଁ ଥାନା କର୍ମଚାରୀ

ବାଲିଗୁଡା/କ.ନୂଆଗାଁ,୫/୧୦- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ଥାନାରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କର୍ମଚାରୀ ହୋମ୍‌ କ୍ୟାରେଣ୍ଟାଇନ୍‌ରେ ଦୁଇ ସପ୍ତାହ ରହି ସୁସ୍ଥ ଅନୁଭବ କଲାପରେ ଆଜି ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟ ପାଇଁ କ.ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ଓ ବାଲିଗୁଡା ଏସ୍‌.ଡି.ପି.ଓ ମାନସ ରଂଜନ ବାରିକ ସୁସ୍ଥ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହ ଉତ୍ସାହିତ କରିଥିଲେ । କରୋନା ଆକ୍ରାନ୍ତ ହୋଇଥିବା ଥାନା କର୍ମଚାରୀଙ୍କ ମଧ୍ୟରେ ଏସ୍‌.ଆଇ ପ୍ରକାଶ ଚନ୍ଦ୍ର ପ୍ରଧାନ, କନେଷ୍ଟବଳ ପ୍ରଦୀପ କୁମାର ନାୟକ,ଶିବରାମ ମଳିକ,ପ୍ରତିମା ପ୍ରଧାନ,ପ୍ରଭାତ କୁମାର ବେହେରା,ବିଭୁତି ଭୂଷଣ ବିଶ୍ୱାଳ,ଆଶୁତୋଷ ଦଳେଇ,ମହେଶ୍ୱର ଦଳେଇ,ବାବୁଲ ଚନ୍ଦ୍ର ରଣସିଂ ଥିଲେ । ବର୍ତ୍ତମାନ କାର୍ଯ୍ୟରେ ଯୋଗଦେବା ପରେ ଥାନା କର୍ମଚାରୀ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

Comments (0)
Add Comment