ଦିବ୍ୟାଙ୍ଗ ସଚେତନ ଶିବିର ଓ ଶୀତ ବସ୍ତ୍ର ବଣ୍ଟନ

କୋକସରା,୧୯/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ କଲେଜ ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗନାଇଜେସନ ଓ ୟୁଥ ରେଡ଼କ୍ରସ ଲଡ଼ୁଗାଁ କଲେଜର ମିଳିତ ଆନୁକୂଲ୍ୟରେ ଲଡ଼ୁଗାଁ ଗ୍ରାମପଞ୍ଚାୟତ ଅଧୀନରେ ବସବାସ କରୁଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ନେଇ ଏକ ସଚେତନତା ଶିବିର ଏବଂ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼.ନିହାର କାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଶିବିରରେ ସମାଜସେବୀ ସାରଳା ପ୍ରସାଦ ପାଢ଼ୀ, ରାଧେଶ୍ୟାମ ଶର୍ମା, ଅଶୋକ ଅଗ୍ରୱାଲ, ଦୁର୍ଗାପ୍ରସାଦ ଅଗ୍ରୱାଲ, କମଳ ଅଗ୍ରୱାଲ, ପୂର୍ବତନ ସଭାପତି ସଂଜୀବ ଠାକୁର ପ୍ରମୁଖ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅର୍ଗାନାଇଜେସନର ଜିଲ୍ଲା ସଂଯୋଜକ ବସନ୍ତ ନାଏକ ଶିବିରର ଲକ୍ଷ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଲଡ଼ୁଗାଁ ଗ୍ରାମପଞ୍ଚାୟତରୁ ଆସିଥିବା ପ୍ରାୟ ୮୦ ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କୁ ଶୀତ ବସ୍ତ୍ର ବଣ୍ଟନ ସହ ସରକାରଙ୍କ ଜନହିତକାରୀ କାର୍ଯ୍ୟକ୍ରମର ସୁଫଳ ସମ୍ପର୍କରେ ସଚେତନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଅବିନାଶ ମୁଣ୍ଡ ମଞ୍ଚପରିଚାଳନା କରି ଆଗାମୀ ଦିନରେ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତ ଓ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି । ଅଧ୍ୟାପକ ତଥା ଯୁବ ରେଡକ୍ରସ ପରାମର୍ଶଦାତା ସଞ୍ଜୟ ପୁରୋହିତ ପ୍ରମୁଖ ଭୁମିକା ତୁଲାଇଥିଲେ । ଅଧ୍ୟାପିକା କଲ୍ୟାଣୀ ମହାନ୍ତି, ଅଧ୍ୟାପକ ହେମନ୍ତ କୁମାର ସେନାପତି, ପ୍ରେମାନନ୍ଦ ସାହା,ପ୍ରଶାନ୍ତ ଯୋଶୀ, ଖେଳ ଶିକ୍ଷକ ବୀରେନ୍ଦ୍ର ନାରାୟଣ ଦାଶ, ଭିଭଞ୍ଜନ ସାହୁ, ଭାରତ ଭୂଷଣ ଠାକୁର, ଶଙ୍କର ଶତନାମୀ, ଭାଗବତ କଟାଙ୍କ ସମେତ କଲେଜର ଛାତ୍ର ଛାତ୍ରୀ ଉପସ୍ଥିତ ରହି ଶିବିର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments (0)
Add Comment